କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ
କୋଣାର୍କ(ଏନ୍.ଏମ୍.): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ଉଦଘାଟିତ ହୋଇଛି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣି ମଣ୍ଡପ । ୨୦୧୮ ମସିହାରେ ତତକାଳିନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ବିଭିନ୍ନ ସମସ୍ୟା ପାଇଁ ନିର୍ଧାରିତ ସମୟ ମଧ୍ୟରେ କଲ୍ୟାଣି ମଣ୍ଡପଟିର କାର୍ଯ୍ୟ ଶେଷ ହୋଇ ପାରିନଥିଲା । ଇତି ମଧ୍ୟରେ ୫ ବର୍ଷ ବତି ଯାଇଛି । ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କଲ୍ୟାଣି ମଣ୍ଡପରେ ରହିଛି ସମସ୍ତ ସୁବିଧା ସୁଯୋଗ । କଲ୍ୟାଣି ମଣ୍ଡ ପରିଶରରେ ରହିଛି ଗଡି ପାର୍କିଂ ଶୁବ୍ୟବସ୍ଥା । ଏଠାରେ ଏକ କାଳିନ ୨ଶହ ଗଡି ପାର୍କିଂ କରିପାରିବ । ଆଜି ଅପରାହ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ଏହି କଲ୍ୟାଣି ମଣ୍ଡପ । ଏହି ଉଦଘାଟନି ଉତ୍ସବରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଞ୍ଜୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉରାୟ, ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଏହି କଲ୍ୟାଣି ମଣ୍ଡପଟି ଲୋକାର୍ପଣ ପରେ ସ୍ଥାନୀୟ ଲୋକ ଏହାର ଭରପୁର ଶୁଯୋଗ ଉଠାଇ ପାରିବେ । ବିବାହ, ବ୍ରତ, ବିଭିନ୍ନ ଉତ୍ସବ, ବୈଠକ ପାଇଁ ଭରପୁର ସୁବିଧା ସୁଯୋଗ ରହିଛି । ସ୍ଥାନୀୟ ଅଞ୍ଚଳର ଲୋକେ ଏହାର ଫାଇଦା ଉଠାଇ ପାରିବେ ।