କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ

କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ


କୋଣାର୍କ (ଏନ୍‌.ଏମ୍‌.): ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ କୋଣାର୍କ ଥାନା ପକ୍ଷରୁ ‘ଆମ ପୁଲିସ’ କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ‘ଆମ ପୁଲିସ’ କାର୍ଯ୍ୟକ୍ରମରେ , ଆମ ପୁଲିସର ସଂଯୋଜକ ରାମକୃଷ୍ଣ ମହାନ୍ତି, କୋଣାର୍କ ସୂରକ୍ଷା ସମିତିର ସଭାପତି ବାଦଲ ଦାଶ, କୋଣାର୍କ ଏନଏସିର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହରା, ପ୍ରମୁଖ ମଞ୍ଚାସିନ ହୋଇ ପୁଲିସ ଓ ସାଧାରଣ ଲୋକଙ୍କର କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି, କୋଣାର୍କ ଥାନା ଅଧିନରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଲୋକ ପ୍ରତିନିଧି, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ସାମିଲ ହୋଇ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆୟୋଜିତ ଆଲୋଚନାରେ ଭାଗ ନେଇଥିଲେ । କେଉଁ କାରଣ ପାଇଁ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥପନ ହୋଇପାରୁ ନାହିଁ ଏହାକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ତେବେ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇ ପାରୁ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ଉଭୟ ସୁସ୍ଥ ମାନସିକତାରେ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କଲେ ଅପରାଧ ନିୟନ୍ତ୍ରଣ ହେବା ସହ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ସର୍ବସମତି କ୍ରମେ ମତ ପ୍ରକାଶ ପାଇଥିଲା । ଆମ ପୁଲିସର ଏହି କାର୍ଯ୍ୟକ୍ରମକୁ କୋଣାର୍କ ଥାନାର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି