କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର

କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର

କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା କଟକର ଯୁବକଙ୍କ ପରିବାରକୁ ଆଜି ପୂର୍ବତନ ବିଧାୟକ ଓ ସିଏମସି ମେୟର ଭେଟିଛନ୍ତି । ପୁରୀରେ ପୁଲିସ କଲ୍ୟାଣ ବୋର୍ଡ଼ ଅଧୀନରେ ଠିକା ଭାବେ କାର୍ଯ୍ୟ କରୁଥିବା ରାଜବଗିଚାର କୁସୁନପୁର ସାହିର ଯୁବକ ରାକେଶ କୁମାର ବେହେରା ମୃତ୍ୟୁ ବରଣ କରିଥିଲେ । ତେବେ ଆଜି ମୃତକଙ୍କ ପରିବାରକୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂହ ତାଙ୍କ ପରିବାର ସହ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ । ମୃତ ଯୁବକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବାକୁ ପୁଲିସ କଲ୍ୟାଣ ବୋର୍ଡ଼ ଓ ଟାଟା ପାୱାରକୁ ଅନୁରୋଧ କରିଥିଲେ । ମେୟର ସୁବାସ ସିଂହ ଓ ସ୍ଥାନୀୟ କର୍ପୋରେଟର ରବି ନାରାୟଣ ସାହୁ ମିଳିତ ଭାବେ ପୁଲିସ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ ଡି.ଜି. ସଂଜୀବ କୁମାର ପଣ୍ଡାଙ୍କୁ ସାକ୍ଷାତ କରି ମୃତକ ପରିବାରକୁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିଲେ । ପୁଲିସ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ତଥା ଅତିରିକ୍ତ ପୋଲିସ ଡି.ଜି. ଶ୍ରୀ ପଣ୍ଡା ମଧ୍ୟ ସମସ୍ତ ବିଷୟ ଶୁଣି ବିହିତ ପଦକ୍ଷପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ପରିବାରର ମୃତକଙ୍କ ଦାଦା କ୍ଷୀରୋଦ କୁମାର ବେହରା ଓ ଭାଇ ମହେଶ୍ୱର ବେହେରା, ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ଯୁବ ନେତା କାଳିଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ