କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ମହାନଦୀ ଯୋବ୍ରା ବ୍ୟାରେଜ ୨୨ନମ୍ବର ଫାଟକରେ ଛିଣ୍ଡିଲା ରୋପ

News by Kanhu chran Panda (Cuttack)

କଟକ(ଏନ୍‌.ଏମ୍‌.): ଜଗତପୁର ମହାନଦୀ ବ୍ୟାରେଜର ୨୨ନମ୍ବର ଗେଟ ରୋପ ଛିଡି ଯାଇ ଫାଟକଟି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । କେବଳ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ନଦୀର ଜଳକୁ ଅଟକାଇ ରଖିଥିବା ଫାଟକଟି ହୁଗୁଳି ଯିବାରୁ ଜଳ ଦ୍ରୁତ ଗତିରେ ପ୍ରଭାବିତ ହେଉଛି । ସୁଚନା ଥାଉକି ଚଳିତ ବର୍ଷ ବନ୍ୟାରେ ଏହି ବ୍ୟାରେଜର ୫୭ନମ୍ବର ଓ ୮୫ନମ୍ବର ଦୁଇଟି ପିଲର ଉପରେ ବନ୍ୟା ଜଳ ପ୍ରବାହିତ କରୁଥିବା ଦେଖିବାକୁ ମିଳିଥିଲା । ବନ୍ୟା ଜଳ ଅସମ୍ଭାଳ ହେଲାପରେ ବ୍ୟାରେଜ ଡିଭିଜନ ବିଭାଗ ତରବରିଆରେ ଫାଟକ ଉଠାଇଲା ବେଳକୁ ଏହି ଦୁଇଟି ଫାଟକ ଉଠିନଥିଲା । ଯାହା ଫଳରେ ଫାଟକ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ମଧ୍ୟ ହୋଇଥିଲା । ସେତିକିରେ ବି ବ୍ୟାରେଜ ଡିଭିଜନ ବିଭାଗର ଚେତାପଶି ନଥିଲା । ଆଜି ଅପରାହ୍ନ ୩ ଘଟିକା ସମୟରେ ବ୍ୟାରେଜର ୨୨ନମ୍ବର ପିଲର ରୋପ ଛିଡି ଯିବା ଫଳରେ ଫାଟକଟି ଆଉ ଉଠିନଥିଲା । ନଦୀର ପ୍ରଖର ସ୍ରୋତରେ ଫାଟକଟି ତା ସ୍ଥାନରୁ ହୁଗୁଳି ଯାଇ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଯେଉଁ ଫାଟକ ଗୁଡିକ ବନ୍ୟା ସମୟରେ ହିରାକୁଦ ଡ୍ୟାମରୁ ଆସୁଥିବା ଜଳକୁ ନିୟନ୍ତ୍ରଣ କରି ରଖୁଥିଲା ତାହା ବର୍ତ୍ତମାନ ଧିରେ ଧିରେ ଦୂର୍ବଳ ହେଲାଣି ବୋଲି ଶୁଣିବାକୁ ମିଳୁଛି । ତେବେ ଠିକ ଭାବେ ରକ୍ଷଣାବେକ୍ଷଣ ଅବଭାବରୁ ବନ୍ୟା ଜଳ ଅଟାକାଇ ରଖୁଥିବା ଫାଟକ ଗୁଡିକ ସମ୍ପୃର୍ଣ୍ଣ ଅକାମି ହୋଇପଡିଥିବା କୁହାଯାଉଛି । ଏହି ବ୍ୟାରେଜରେ ମୋଟ ୯୫ଟି ଫାଟକ ଦେଇ ଜଳ ପ୍ରବାହିତ କରିଥାଏ । ସେଥିମଧ୍ୟରୁ ବହୁ ଫାଟକ ବର୍ତ୍ତମାନ ରକ୍ଷଣାବେକ୍ଷଣା ଅଭାବରୁ ଅଚଳ ହୋଇଥିବା ଜଣେ ବିଭାଗୀୟ କର୍ମଚାରୀ କଥାପ୍ରସଙ୍ଗରେ କହିଛନ୍ତି । ଏହି ବ୍ୟାରେଜର ରକ୍ଷଣାବେକ୍ଷଣ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟ ବିପଦର କାରଣ ହେବାର ଆଶଙ୍କା ରହିଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଏପରିକି କିଛି ବ୍ୟକ୍ତି ବ୍ୟାରେଜ ଭଳି ଗୋଟିଏ ସମ୍ବେଦନଶୀଳ ସ୍ଥାନରେ ବ୍ୟାନର ପୋଷ୍ଟର ମାରିବା ଏବଂ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ କହିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ