କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
କୋଣାର୍କ (ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ଶନିବାର । ଏଥିପାଇଁ ବିଶ୍ୱ ଐତିହ୍ୟ କେଣାର୍କ ସୂର୍ଯ୍ୟମନ୍ଦିର ବେଢ଼ା ନିକଟରେ ଥିବା ନବଗ୍ରହ ମନ୍ଦିର ପରିସରରେ ଦିନତମାମ ଲକ୍ଷାଧିକ ଶ୍ରଦ୍ଧାଳୁ ନବଗ୍ରହଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକ ଧାରି ଶ୍ରଦ୍ଧାଳୁମାନେ ଗ୍ରହ ପିଡ଼ାରୁ ମୁକ୍ତି ପାଇଁ ପ୍ରତ୍ୟୁଶରୁ ପରମ୍ପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧୀର ସଙ୍ଗମସ୍ଥଳିରେ ସ୍ନାନଶୌଚ ହୋଇ ସଂକଳ୍ପ କରିବା ସହିତ ସୂର୍ଯ୍ୟୋଦୟ ଦର୍ଶନ କରିଥିଲେ । ପରେ ପରେ କୋଣାର୍କ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ସୂର୍ଯ୍ୟମନ୍ଦିର ପରିକ୍ରମା କରିବା ସହିତ ନବଗ୍ରହଙ୍କୁ ପୂଜାର୍ଚ୍ଚନା ଓ ଗ୍ରହଶାନ୍ତି ନିମନ୍ତେ ହୋମଯଜ୍ଞ କରିଥିଲେ । ବିଶେଷ କରି ଧର୍ମିୟ ମାସ ବା ପବିତ୍ର କାର୍ତ୍ତିକ ମାସର ଶନିବାର ମାନଙ୍କରେ ନବଗ୍ରହଙ୍କୁ ଦର୍ଶନ କଲେ ଗ୍ରହ ପିଡ଼ାରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ରହିଛି । ଗ୍ରହପୀଡ଼ା ଓ ରୋଗୁରୁ ମୁକ୍ତିପାଇଁ ଶ୍ରଦ୍ଧାଳୁମାନେ ମାନସିକ ବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ପିଲାମାନଙ୍କୁ ନବଗ୍ରହଙ୍କ ପୀଠର ପଶ୍ଚିମ ଦ୍ୱାର ସମ୍ମୁଖରେ ବାଲିରେ ଗାତଖୋଳି ପୋତି ନବଗ୍ରହଙ୍କୁ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରୁଥିବା ଦେଖିବାକୁ ମିଳିଥିଲା । ନବଗ୍ରହଙ୍କ ପୀଠ ପରିସରରେ ୯ଟି ଶନିବାର ମାନସିକ ବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟରେ ପିଡ଼ିତ ଥିବା ପିଲାମାନଙ୍କୁ ଯଦି ଗାତ ଖୋଳି ପୋତାଯାଏ ତେବେ ସେମାନଙ୍କର ଏହି ଦୂରାରୋଗ୍ୟ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ନବଗ୍ରହଙ୍କୁ ଦର୍ଶନ କରିବା ନିମନ୍ତେ ସଂକୁଚିତ ଗର୍ଭଗୃହ ଭିତରକୁ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏକକାଳୀନ ପ୍ରବେଶ ସମସ୍ୟା ସୃଷ୍ଟି କରିଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ନବଗ୍ରହଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର ସମ୍ମୁଖରେ ବିଭିନ୍ନ ଘରକରଣା ସାମଗ୍ରୀର ଦୋକାନମାନ ଖୋଲିଥିଲା । ଗାଁଗହଳିରୁ ଆସିଥିବା ଶ୍ରଦ୍ଧାଳୁ ମହିଳା ଭକ୍ତମାନେ ନବଗ୍ରହଙ୍କ ଦର୍ଶନପରେ ବିଭିନ୍ନ ସାମଗ୍ରୀମାନ କିଣୁଥିବା ଦେଖିବାକୁ ମିଳିଥିଲା । ନବଗ୍ରହପୀଠରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ପାଇଁ କୋଣାର୍କ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ