କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ

କାନ୍ଥ ଭୁଷୁଡି ବୃଦ୍ଧାଙ୍କର ମୃତ୍ୟୁ

News by Maheswar Behera (Athagarh)

ଆଠଗଡ଼(ଏନ୍‍.ଏମ୍‍.): କାନ୍ଥ ଭୁଷୁଡି ପଡିବାରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ଘଟଣା ଆଠଗଡ଼ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ତେବେ ମୃତା ବୃଦ୍ଧାଙ୍କ ନାମ ଭାରତୀ ଜେନା ୬୦ ବର୍ଷ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତ ପାମାଳ ଗ୍ରାମର ହୃଷିକେଶ ଜେନାଙ୍କ ପତ୍ନୀ ଭାରତୀ ଭଙ୍ଗା ଦଦରା ଚାଳ ଘରେ ରହୁଥିଲେ । ଦୀର୍ଘଦିନ ଧରି ପକ୍କା ଘରଟିଏ ପାଇବା ପାଇଁ ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଗତ ୪ ଦିନ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ଗତ ମଙ୍ଗଳବାର ରାତିରେ ଭାରତୀ ଘରେ ଶୋଇଥିବା ବେଳେ ଦଦରା କାନ୍ଥଟି ଭୂଷୁଡି ପଡ଼ିବାରୁ କାନ୍ଥ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଓ ପଡୋଶୀମାନେ ତାଙ୍କୁ ଉଦ୍ଧାର କରି ବାଇକ ଯୋଗେ ସଙ୍ଗେ ସଙ୍ଗେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଡାକ୍ତର ଭାରତୀଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୁଲିସ ପହଞ୍ଚି ଶବକୁ ଜବତ କରି ଆଜି ସକାଳୁ ବ୍ୟବଚ୍ଛେଦ କରାଇ ପରିବାରକୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ଭାରତୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ହିଁ ଦାୟୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଯଦି ପ୍ରଶାସନିକ ଏହି ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିଥାନ୍ତେ ତେବେ ଆଜି ଭାରତୀଙ୍କ ମୃତ୍ୟୁ ଘଟି ନଥାନ୍ତା ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ତେବେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରଙ୍କ ଆବାସ ଯୋଜନା ଗରିବ ଅସହାୟ ଲୋକଙ୍କ ପାଇଁ ସାତସପନ ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ