କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା


ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯେତେ ଶୀଘ୍ର ସମ୍ଭବ ମସ୍ତିଷ୍କର ଏମଆରଆଇ ସ୍କାନ କରାଇନେବା ଉଚିତ । ଏମଆରଆଇ ସ୍କାନ ଦ୍ୱାରା ମସ୍ତିଷ୍କରେ ଆରମ୍ଭ ହେଉଥିବା ଅନେକ ରୋଗର କାରଣ ଓ ଏହାର ଉପଶମ ଉପାୟ ବାହାର କରାଯାଇ ପାରିବ । ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ମସ୍ତିଷ୍କ ରୋଗ ଆରୋଗ୍ୟ ସାଧ୍ୟ । ଡକ୍ଟର ଜମାଲ ଏ ଖାନ କହିଛନ୍ତି ଯେ, ଲଣ୍ଡନରେ ରହୁଥିବା କିଛି ରୋଗୀ ତାଙ୍କ ପାଖକୁ ଆସିଥିଲେ । ସେହି ରୋଗୀଙ୍କର ସେ ଚିକିତ୍ସା କରାଇଥିଲେ ଏବଂ ସେମାନେ ସୁସ୍ଥ ହୋଇ ଚାଲିଯାଇଥିଲେ । ଏବେ ସେମାନେ ସ୍ୱାଭାବିକ ଜୀବନଯାପନ କରୁଛନ୍ତି । ସେ ପୁଣି କହିଛନ୍ତି ଯେ, ୧୫ରୁ ୧୬ବର୍ଷ ବୟସରେ ପିଲାମାନେ ଏକ ପ୍ରକାର ହାଡ଼ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାକୁ ସାର୍କୋମା କୁହାଯାଏ । ଏହା ସାଧାରଣତଃ ପିଲାମାନଙ୍କ ହାଡ଼ କିମ୍ବା ହାଡ଼ର ଆଖପାଖରେ ଦେଖାଯାଇଥାଏ । ଏହା ଯୋଗୁଁ ପିଲାମାନେ ଖେଳୁ ଖେଳୁ ପଡ଼ିଯାନ୍ତି ବା ମୂର୍ଚ୍ଛା ହୋଇଯାଆନ୍ତି । ଆମେ ଭାବୁ ଖେଳିବା ଯୋଗୁଁ କିମ୍ବା କ୍ରିକେଟ ଖେଳିଲା ବେଳେ ବଲ୍ ବାଜି ସେମାନେ ଏମିତି ପଡ଼ିଯାଇଥାନ୍ତି । କିନ୍ତୁ ତାର ଅସଲ କାରଣ ଅଲଗା । ଆମେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା ଉଚିତ୍ । ଆମେ ଯଦି ଆରମ୍ଭରୁ କ୍ୟାନ୍‌ସର ଭଳି ରୋଗର ଚିକିତ୍ସା କରିପାରିବା, ତାହେଲେ ଏହା ମୂଳରୁ ନିପାତ ହୋଇପାରିବ । ଭାରତରେ ଆମେ ଏହି ରୋଗକୁ ସଠିକ୍ ଭାବେ ଧରିବାରେ ସକ୍ଷମ ହୋଇନାହୁଁ । ତେଣୁ ଏହା ଏକ ବଡ଼ ରୋଗ ହୋଇଯାଇଛି, ଯାହା ପାଇଁ ସବୁଠାରୁ ବଡ଼ ଚିକିତ୍ସା ଦରକାର ହୋଇଥାଏ । ସେଥିପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି ଯେ, ଏହି ରୋଗର କିପରି ଆରମ୍ଭରୁ ଚିକିତ୍ସା କରାଯାଇ ଏହାର ମୂଳୋତ୍ପାଟନ କରିବା । ମୁଁ ବହୁତ ଖୁସି ଯେ ଗଲା ୧୮ ବର୍ଷ ଧରି ବିଦେଶ ଛାଡ଼ି ଦେଶରେ ସେବା କରୁଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ