କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର

କରେନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବିପତ୍ର


#କଟକ(ଏନ୍‌.ଏମ୍‌.): କରୋନା ସମୟରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ସହିତ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ଭରଣପୋଷଣରେ ସହାୟତା ପ୍ରଦାନ ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଆପ୍ କଟକ ନଗର ଓ ରାଜ୍ୟ ସଂଖ୍ୟାଲଘୁ ସଭାପତି ମୁନ୍ତାକିମ୍ ବକ୍ସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳ ଓ ସି.ଏମ୍‌.ସି. କମିଶନରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ସମସ୍ତ କ୍ଷତିପୂରଣ ପ୍ରଦାନ କରିବା ଏବଂ ଦିଲ୍ଲୀର ଆପ୍ ସରକାର ଭଳି ଯେଉଁ ପରିବାରର ବାପା ମାଆ ଉଭୟ କରୋନା କାଳରେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପିଲାମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା, ଯେଉଁ ପରିବାରର ବାପା ମୃତ୍ୟୁବରଣ କରିଛନ୍ତି ତାଙ୍କ ମା’ଙ୍କୁ ଚାକିରୀ ପ୍ରଦାନ ନଚେତ୍ ତାଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା, ଯଦି ଦିଲ୍ଲୀର ଆପ୍ ସରକାର ମୃତ୍ୟୁବରଣ କରିଥିବା ପରିବାରଙ୍କର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ତେବେ ଓଡ଼ିଶାର ବିଧବାମାନେ ଓ ତାଙ୍କ ପରିବାରର ଶିକ୍ଷା, ଭରଣପୋଷଣ ପାଇଁ କାହିଁକି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆପ୍ ପକ୍ଷରୁ ପ୍ରଶ୍ନ ହୋଇଛି । ଅନ୍ୟପକ୍ଷରେ ଝୋଲ୍ଲା ସାହି ମହମ୍ମଦ ଜହୁରଙ୍କ ମୃତ୍ୟୁବରଣ ପରେ ତାଙ୍କ ଶବକୁ ପରିବାରକୁ ହସ୍ତାନ୍ତର ନକରି ମ୍ୟୁନିସିପାଲିଟି ଦ୍ୱାରା କଦମରସୁଲ୍‌ରେ କବର ଦିଆଯିବା ସହ ତାଙ୍କ ପରିବାର ରହୁଥିବା ଘରକୁ ସିଲ୍ କରିଦିଆଗଲା, ତାଙ୍କ ସ୍ତ୍ରୀ ନଜୁମ ବିବି ଆଜି ବି ତିନୋଟି କୁନିକୁନି ପିଲାମାନଙ୍କୁ ନେଇ ସରକାରର ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି । ଏ ନେଇ ରାଜ୍ୟପାଳ କଟକ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଦୀର୍ଘ ୧୫ମାସରୁ ପୀଡ଼ିତା ଆର୍ôଥକ ସହାୟତା ପାରିବାରୁ ବଞ୍ôଚତ ରହିଛନ୍ତି । ସେହିପରି ଅଲିଶାବଜାର ନିବାସୀ ସେକ୍ରେଟେରୀଏଟ ଫୁଡ୍ ସପ୍ଲାଇ ବିଭାଗର ଡ୍ରାଇଭର ଶେଖ ସିରାଜଙ୍କ କରୋନା କାଳରେ ମୃତ୍ୟୁ ହେବା ପରେ ତାଙ୍କ ବିଧବା ପତ୍ନୀ ରାବିୟା ଖାତୁନ୍ ପେନ୍‌ସନ୍ ପାଇବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୁନଶ୍ଚ ସମ୍ପ୍ରତି ଯେଉଁ ପ୍ରକାର ପ୍ରତ୍ୟେକ ସାମଗ୍ରୀରେ ତଥା ବିଜୁଳି, ଗ୍ୟାସ, ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି, ପ୍ରତ୍ୟେକ ଖାଇବା ଜିନିଷରେ ଅତ୍ୟାଧିକ ଦରଦାମ ବୃଦ୍ଧି ହେବା ଦ୍ୱାରା ମୃତ୍ୟୁବରଣ କରିଥିବା ବିଧବା ମାନଙ୍କ ପରିବାର ଆଜି ବି ଭୋକ ଉପାସରେ ଦିନ କଟାଉଛନ୍ତି । ଯଦି ଏ ନେଇ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନନେବେ ତେବେ ଆଗାମୀ ନିର୍ବାଚନରେ ଜନସାଧାରଣ ନିଜ ଭୋଟ ଅଧିକାର ଦ୍ୱାରା ଉଚିତ ଜବାବ ଦେବେ ବୋଲି ବିକ୍ଷୋଭାକାରୀମାନେ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ଉପସ୍ଥାପନ ବେଳେ ଆପ୍ କଟକ ନଗର ଉପସଭାପତି କ୍ଷୀରେନ୍ଦ୍ର ବେହେରା, ୱାର୍ଡ଼ ସଭାପତି ଅକିବୁଦ୍ଧିନ୍ ଖାନ୍‌, ନଗର ସଂଖ୍ୟାଲଘୁ ସଭାପତି ଅବଦୁଲ ରହେମାନ୍ ତସ୍କିନ୍‌, ଚାନ୍ଦ ବିବି, ଇସ୍‌ମାନ୍ ଅଲ୍ଲି, ତୌଶିବ ଅଲ୍ଲି, ନଜୁମ ବିବି, ସାଜିଆ ନାଜ, ମହମ୍ମଦ ଅଫରାଜ, ମହମ୍ମଦ ସୋଫିଆନ୍‌, ଶେଖ ସଫରାଜ, ରାବିଆ ଖାତୁନ୍‌, ହସୁ ବିବି, ଶେଖ କାଇ, ଫୁତନ୍ ବିବି, ଶେଖ ଅଜିଜ୍‌, ଶେଖ ବିଟୁ, ଶେଖ ପରଭେଜ, ମହମ୍ମଦ ରୌଫ, ଶେଖ ସବିର, ମହମ୍ମଦ ଜାହିର, ଶେଖ ନିଜାମୁ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ