କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା

କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା


କନ୍ଦରପୁର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି । କନ୍ଦରପୁର ଓ ଅଳକା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା କନ୍ଦରପୁର ଥାନା ସିଦ୍ଧେଶ୍ୱରପୁର ବାସିନ୍ଦା ସୁଦର୍ଶନ ଶତପଥୀଙ୍କୁ କେହି ଜଣେ ଦୃବୃର୍ତ୍ତ ମାରଣାସ୍ତ୍ରରେ ହାଣି ରବିବାର ସନ୍ଧ୍ୟାରେ ହତ୍ୟା କରିଥିବା ଚାଞ୍ଚଲ୍ୟକର ଖବର ଜଣାପଡିଛି । ଘଟଣାସ୍ଥଳରୁ ପ୍ରକାଶ ଯେ, ସୁଦର୍ଶନ ଶତପଥୀ ସଂଧ୍ୟାବେଳେ କୌଣସି କାମରେ ନିଜ ସ୍କୁଟି ନେଇ ବଜାର ଆଡ଼କୁ ଯାଉଥିବା ବେଳେ ପୂର୍ବରୁ ଛକି ରହିଥିବା ଦୂବୃର୍ତ୍ତ ମୁଣ୍ଡାସାହି ଗଡା ନିକଟରେ ତାଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା । ଏପରିକି ମୁଣ୍ଡ ଓ ବେକକୁ ହାଣି ପକାଇବା ସହ ଘଟଣାସ୍ଥଳରୁ ଖସି ପଳାଇଥିଲା । ମୃମୁର୍ଷ ଅବସ୍ଥାରେ ରାସ୍ତାରେ ପଡି ଛଟପଟ ହେଉଥିବା ଶ୍ରୀ ଶତପଥୀଙ୍କୁ ସ୍ଥାନୀୟ ଲୋକେ କଟକ ବଡ ମେଡିକାଲ ପଠାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି । ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ସୁଧ କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରିବା ସହ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ