କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ

କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ

କଟକ ସହର ସମସ୍ୟା ନେଇ ଅଭିନବ ଉପାୟରେ ପ୍ରତିବାଦ କଲେ ବିଧାୟକ

News by Padmalochan Mishra (Cuttack)

କଟକ (ଏନ୍‌.ଏମ୍‌.): ବର୍ତ୍ତମାନ କଟକ ସହରରେ ଜାଇକା କାମ ଓ ଡ୍ରେନେଜ କାମ ଅଧା ପାନ୍ତାରିଆ ରହିଛି । ଏଥି ବହୁ ଲୋକ ଦୂର୍ଘଟଣା ର ଶିକାର ମଧ୍ୟ ହେଉଛନ୍ତି । କଟକରେ ମେୟର ବଦଳିଛନ୍ତି କିନ୍ତୁ କାମ ଯାହାକୁ ସେୟିଆ ହୋଇ ପଡିରହିଛି । ଏବେ କଟକ ସିଡିଏ ଅଶି୍ୱନୀ ହସ୍ପିଟାଲ ରାସ୍ତା ଦେଇ ଯାଇଥିବା ପେଟା ନାଳ ନର୍ଦମାରେ ପୂର୍ଣ୍ଣ ହୋଇଛି । ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ସେଥିପାଇଁ ଆଜି କଟକର ବିଧାୟକ ଇଂ. ମହମଦ ମୋକିମ ପେଟା ନାଳରେ ପଶି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି । ପେଟା ନାଳର ପୁନରୁଦ୍ଧାର ନହେଲେ ଆଗାମୀ ଦିନରେ ପ୍ରତିବାଦ ସହ ମହାନଗର ନିଗମ କାର୍ଯ୍ୟଳୟ ବାହାରେ ଧାରଣାରେ ବସିବୁ ବୋଲି ବିଧାୟକ କହିଛନ୍ତି । ଏଥି ସହ ଆଗକୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ । ଦେଖାଯାଉ ବିଧାୟକଙ୍କର ଏହି ପ୍ରତିବାଦ କେତେ ଫଳ ଆଣୁଛି ଓ ପେଟା ନାଳର ପୁନରୁଦ୍ଧାର ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ