କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ
କଟକ (ଏନ୍.ଏମ୍.): କଟକ ସହରରେ ଜନବସତି ମଧ୍ୟରେ ଗୋଟିଏ ହରିଣ ବୁଲୁଥିବା ଦେଖିବାକୁ ମିଳିଛି । କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏହି ହରିଣ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ହରିଣଟି ଗତକାଲି ଠାରୁ ଏହି ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିଥିଲେ । ତେବେ ଲୋକଙ୍କୁ ଦେଖି ହରିଣଟି ନିକଟସ୍ଥ ବୁଦାରେ ପଶିଯାଇଥିଲା । ତେବେ ବାତ୍ୟା ଓ ବର୍ଷା ଯୋଗୁଁ ଲୋକେ ହରିଣ ପଛରେ ନପଡ଼ି ଘରକୁ ପଳାଇଥିଲେ । ହେଲେ ଆଜି ହରିଣ ବୁଲିବା ଦେଖିବା ପରେ ଲୋକେ ସ୍ଥାନୀୟ ମଧୁପାଟଣା ଥାନାକୁ ଖବର ଦେଇଥିଲେ । ମଧୁପାଟଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ହରିଣକୁ ଦେଖିବା ପରେ ବନବିଭାଗକୁ ଅବଗତ କରିଥିଲେ । ତେବେ ବନବିଭାଗ ଅଧିକାରୀ ସୂଚନା ପାଇ ସେଠାରେ ପହଞ୍ଚô ହରିଣକୁ ଧରିବା ପାଇଁ ଦୀର୍ଘ ସମୟ ଧରି ଉଦ୍ୟମ କରିଥିଲେ ମଧ୍ୟ ହରିଣଟି ସେମାନଙ୍କ ଠାରୁ ଖସିଯାଇ କାଠଯୋଡ଼ି ନଦୀ ବନ୍ଦରେ କେଉଁଆଡେ ପଳାଇ ଯାଇଥିଲା । ମାତ୍ର ହରିଣଟି ଆଖି ପିଛୁଳାକେ ସେଠାରୁ ଉଭାନ୍ ହୋଇଯାଇ ନିକଟସ୍ଥ କାଠଯୋଡ଼ି ନଦୀବାଲିରେ ଦୌଡି ପଳାଇଥିଲା । ନଦୀରେ ପାଣି ନଥିବାରୁ ହରିଣକୁ ଖସିଯିବାରେ ସୁବିଧା ହୋଇଥିଲା । ତେବେ ଏହି ହରିଣଟି ୪୨ମୌଜା କିମ୍ବା ପୋପରଡା ବଣ ଆଡକୁ ଚାଲିଯାଇଥିବ ବୋଲି ଆକଳନ କରାଯାଉଛି । ତେବେ ବନବିଭାଗ ପକ୍ଷରୁ ହରିଣକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ବନପାଳ ସୂଚନା ଦେଇଛନ୍ତି । ଗତକାଲି ବାତ୍ୟା ହୋଇଥିବାରୁ କଟକର ରାସ୍ତାଘାଟ ଶୂନଶାନ ତଥା ନିସ୍ତବ୍ଧ ଥିଲା । ଏହି ହରିଣଟି ସ୍ଥାନୀୟ ତୁଳସୀପୁର ହରିଣପାର୍କ କିମ୍ବା ଚନ୍ଦକାରୁ ନରାଜ ଦେଇ ଏଠାକୁ ଆସିଥିବ ବୋଲି ବନବିଭାଗ ସନେ୍ଦହ କରୁଛି ।