କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର

କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡିସିପିଙ୍କୁ ଦାବିପତ୍ର


କଟକ (ଏନ୍‌.ଏମ୍‌.): କଟକ କମିଶନରେଟ୍ ପୁଲିସର ରେଲେୱ ପ୍ରିପେଡ ଅଟୋ ଆସୋସିଏସନ ପକ୍ଷରୁ ଡି.ସି.ପିଙ୍କୁ ଭେଟି ଏକ ଦାବିପତ୍ର ପଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନର ୨୧୦ ସଦସ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟରେ ରେଲେୱ ଷ୍ଟେସନରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଟୋସେବା ଯୋଗାଇ ଆସୁଛନ୍ତି । ମାତ୍ର ତୈଳଦର ୭୦ଟଙ୍କା ଥିବାବେଳେ ଭଡା ଯେତିକି ଥିଲା ତୈଳଦର ୧୧୦ଟଙ୍କା ହୋଇଥିଲେ ମଧ୍ୟ ଭଡା ବୃଦ୍ଧି କରାଯାଉ ନାହିଁ । ସେହିଭଳି ଦୀର୍ଘବର୍ଷ ହେବ ୟୂନିଫର୍ମ, ପରିଚୟ ପତ୍ର ମିଳିନାହିଁ କିମ୍ଭା ସ୍ୱାସ୍ଥ୍ୟବୀମା କରାଯାଉ ନାହିଁ । ବୀମା ନଥିବାରୁ ସଦସ୍ୟଙ୍କ ଦୁର୍ଘଟଣାରେ ଆହତ କିମ୍ବା ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ କୌଣସି ସୁବିଧା ପାଇବାରୁ ବଞ୍ôଚତ ହୋଇଛନ୍ତି । କମିଶନରେଟ୍ ପୁଲିସର କୋହଳ ମନୋଭାବ ଯୋଗୁଁ ବାହାର ଗାଡି ପଶି ଭଡା କରୁଛନ୍ତି । ପ୍ରିପେଡ ଅଟୋରେ କମିଶନରେଟ୍ ପୁଲିସ ପକ୍ଷରୁ ଏକ ଲୋଗୋ ଲଗାଇ ଚିହ୍ନଟ କରାଗଲେ ବାହାର ଗାଡି ଜଣା ପଡିପାରିବ । ପ୍ରିପେଡ ଅଟୋଚାଳକ ଖରାବର୍ଷା, ଶୀତକାକରରେ ସେବା ଯୋଗାଉଥିଲେ ମଧ୍ୟ ମୌଳିକ ସେବା ଯେପରି ପରିସ୍ରାଗାର, ବିଶ୍ରାମଗାର ଓ ପିଇବା ପାଣିର ସୁବିଧା ମିଳିପାରୁନାହିଁ । ଫଳରେ ଅଟୋଚାଳକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୪ଘଣ୍ଟିଆ ପ୍ରିପେଡ କାଉଣ୍ଟରରେ ନିୟମିତ ଟିକେଟ ନମିଳିବାରୁ ଯାତ୍ରୀ ସେବା ଯୋଗାଇବାରେ ବାଧାପ୍ରାପ୍ତ ହେଉଛି । କେତେକ ଅଟୋଚାଳକ ଟିକେଟ ନକାଟି ମଧ୍ୟ ଭଡା କରୁଛନ୍ତି । ଯାହାଦ୍ୱାରା ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଅପରପକ୍ଷେ କଟକ ଡି.ସି.ପି ପ୍ରତିକ ସିଂ କହିଛନ୍ତି, କଟକ ରେଲେୱ ପ୍ରିପେଡ ଅଟୋ ଆସୋସିଏସନର ସଦସ୍ୟମାନେ ଭେଟି ତାଙ୍କ ଅସୁବିଧା ସମ୍ବନ୍ଧରେ ଜଣାଇଛନ୍ତି । ତୈଳଦର ବୃଦ୍ଧି ହୋଇଥିବାବେଳେ ପ୍ରିପେଡ ଅଟୋ ଭଡା ବୃଦ୍ଧି ହୋଇନାହିଁ । ଏ ସମ୍ବନ୍ଧରେ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ମିଟିଙ୍ଗରେ ଅଲୋଚନା ହୋଇଛି ଓ ବହୁତ ଶିଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବବୋଲି ଡିସିପି କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି