କଟକ ବିଜେପି ବାରବାଟୀ ମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ
କଟକ(ଏନ୍.ଏମ୍.): କଟମ ମହାନଗର ନିଗମ ବିଜେପି ବାରବାଟୀ ମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି କଟକ ସହରରେ ଆବର୍ଜନା ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବିଜେପି ପକ୍ଷରୁ ଆବର୍ଜନା ସଫେଇ କରାଯାଇଥିଲା । ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ଆଖପାଖରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଆବର୍ଜନାକୁ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସାଧାରଣ ସମ୍ପାଦକ ସନ୍ଦୀପ ମହାପାତ୍ର, ଶ୍ରୀନିବାସ ରେଡ୍ଡୀ, ରଞ୍ଜନ ବେହେରା, ମନୋଜ ରାଉତ, ଭି. ସ୍ୱାତୀ, ଉଷା ପାତ୍ର, ସ୍ୱର୍ଣ୍ଣଲତା ସେଠୀ, ସରୋଜ ସାହୁ, ହୃଦାନନ୍ଦ ମହାନ୍ତି ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତଥିଲେ ।