କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା

କଟକ ନଗର ବିଜେପି ଅଧ୍ୟାପକ ସେଲ ସଂଯୋଜକ ହେଲେ ମାନସ ରଞ୍ଜନ ଓଝା


#କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ବିଭିନ୍ନ ରଣକୌଶଳ ଆପଣେଉଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ଦଳରୁ ପ୍ରଭାବଶାଳୀ ନେତାମାନଙ୍କୁ ନିଜ ଦଳରେ ସାମିଲ କରି ସଂଗଠନକୁ ଅଧିକ ମଜଭୁତ କରିବାକୁ ବିଜେପି ଉଦ୍ୟମ କରୁଥିବାବେଳେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦେଉଥିବା ଦେଖିବାକୁ ମିଳିଛି । ଦଳରେ ବିଭିନ୍ନ ସଂଗଠନ ମଧ୍ୟରେ ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା, ଯୁବ ବିଜେପି, ଛାତ୍ରବିଜେପିକୁ ସଂଗଠିତ କରି ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବା ନିମନ୍ତେ ଉଦ୍ୟମ ଜାରି ରଖିଥିବାବେଳେ ଏବେ ଅଧ୍ୟାପକ ସେଲ ନାମରେ ସଂଗଠନ କରି ଦଳକୁ ଅଧିକ ସକ୍ରିୟ କରିବା ନିମନ୍ତେ ରାଜ୍ୟ ବିଜେପି ଗୁରୁତ୍ୱ ଦେଇଛି । ଏହି ପରିପ୍ରେକ୍ଷୀରେ କଟକ ନଗର ଅଧ୍ୟାପକ ସେଲର ସଂଯୋଜକ ଭାବେ ବିଜେପିର ଟାଣୁଆ କାର୍ଯ୍ୟକର୍ତ୍ତା ତଥା ଅଧ୍ୟାପକ ମାନସ ରଞ୍ଜନ ଓଝାଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି । କଟକ ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ ଅନୁମୋଦନ କ୍ରମେ କଟକ ନଗର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ମିଶ୍ର ଏହି ଗୁରୁ ଦାୟିତ୍ୱ ଶ୍ରୀ ଓଝାଙ୍କୁ ଦିଆଯାଇଥିବା ସୂଚନା ଦେଇଛନ୍ତି । ଏଥି ସହିତ ଶ୍ରୀ ଓଝା ଆସନ୍ତା ୭ଦିନ ମଧ୍ୟରେ ନିଜର ଟିମ ଗଠନ କରି କାର୍ଯ୍ୟ ଆରମ୍ଭ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଏହାର ଉତ୍ତରରେ ଦଳରେ ମୁଁ ଆଜି ନୁହେଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ସୂଚାରୁ ଭାବେ ନିର୍ବାହ କରିବା ପାଇଁ ଉଦ୍ୟମ କରିଛି । ଏବେ ଦଳ ମୋ ଉପରେ ଭରଷା ରଖି ଯେଉଁ ଅଧ୍ୟାପକ ପ୍ରକୋଷ୍ଠ ସେଲର ଦାୟିତ୍ୱ ଦେଇଛନ୍ତି ତାହାକୁ ମୁଁ ନିଶ୍ଚୟ ପୂରଣ କରିବି । ଏଥି ସହିତ ଦଳ ମୋତେ ଏହି ଦାୟିତ୍ୱ ଦେଇଥିବାରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ, ନଗର ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ମିଶ୍ରଙ୍କୁ ଶ୍ରୀ ଓଝା ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ