କଟକ ଜିଲ୍ଲା ଆଥଲେଟିକ ଆସୋସଏସନର ବାର୍ଷିକ ଉତ୍ସବ : ଦଳଗତ ଭାବେ ପିବି ଆଥଲେଟିକ ଚାମ୍ପିଅନ

କଟକ(ଏନ୍.ଏମ୍.): ଦୁଇ ଦିନ ଧରି ବାରବାଟୀ ଷ୍ଟାଡିୟମରେ ଚାଲିଥିବା କଟକ ଜିଲ୍ଲା ଆଥଲେଟିକ ଆସୋସିଏସନର ବାର୍ଷିକ କ୍ରୀଡା ଉତ୍ସବ-୨୦୨୧ ଉଦଯାପିତ ହୋଇଯାଇଛି । ଏହି କ୍ରୀଡାରେ ଦଳଗତ ଭାବେ କଟକର ପିବି ଆଥଲେଟିକ କୋଚିଂ ସେଣ୍ଟର ୪୩୪ ପଏଣ୍ଟ ପାଇ ଚାମ୍ପିଅନ ହୋଇଛି । ତେବେ ଏହି କ୍ରୀଡାରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିବା ସହ ପିବି ଆଥଲେଟିକ ଦଳ କ୍ରମାଗତ ଭାବେ ୮ଥର ଚାମ୍ପିଅନ ହୋଇ ରେକର୍ଡ ସୃଷ୍ଟି କରିଛି । ସେହିପରି ମହିଳା ଓ ପୁରୁଷ ଉଭୟ ବର୍ଗରେ ସ୍ପୋର୍ଟ୍ସ ଲଭର ପ୍ରଥମ ସ୍ଥାନ ଅଧିକାର କରିଛି । ଅନ୍ୟପକ୍ଷରେ ୧୪ ବର୍ଷରୁ କମ ବାଳିକା ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କାଜିବଜାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉକ୍ତ ବର୍ଗର ବାଳକରେ ସାଲେପୁରର ଗାଙ୍ଗେତ୍ରୀ କ୍ଲବ ଚାମ୍ପିଅନ ହୋଇଛି । ୧୬ ବର୍ଷରୁ କମ ଉଭୟ ବାଳିକାଓ ବାଳକରେ ପିବି ଆଥଲେଟିକ ପ୍ରଥମ ହୋଇଥିବା ବେଳେ ୧୮ ବର୍ଷରୁ କମ ବାଳିକାରେ ଶୈଳବାଳା ମହିଳା ସ୍ୱଂୟଶାସିତ ମହାବିଦ୍ୟାଳୟ ପ୍ରଥମ, ବାଳକରେ ସ୍ପାର୍ଟ୍ସ ଲଭର ଆଥଲେଟିକ, ୨୦ ବର୍ଷରୁ କମ ଉଭୟ ବାଳକ ଓ ବାଳିକାରେ ପିବି କୋଚିଂ ସେଣ୍ଟର, ୨୩ ବର୍ଷରୁ କମ ବାଳିକାରେ ପିବି କୋଚିଂ ସେଣ୍ଟର, ବାଳକରେ ସ୍ପୋଟ୍ସ ଲଭର ନିଜ ନିଜ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଉଦଯାପିତ ଉତ୍ସବରେ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଅଲମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ଅଭିଜିତ ପାଲ, ଅନ୍ୟତମ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ଭକ୍ତବଲ୍ଲଭ ଦାସ, ରମେଶ ଚନ୍ଦ୍ର ମଲ୍ଲିକ, ସହଦେବ ସାହୁ, ବିଜୟ ଦାସ, ଦୈଡ କୁଦ ସଂଘର ଉପ ସଭାପତି ଦିଲ୍ଲୀପ ସାହୁ, ଯୁଗ୍ମ ସମ୍ପାଦକ ନବ କିଶୋ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ରୀଡାରେ କଟକ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରୁ ମୋଟ ୧୧୦୦ କ୍ରୀଡାବିତ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ପ୍ରଦର୍ଶନ ଭିତ୍ତିରେ ୬୮ତମ ରାଜ୍ୟ ଆଥଲେଟିକ ଚାମ୍ପିଅନସିପରେ ଖେଲାଳି ମାନଙ୍କୁ ଭାଗ ନେବାକୁ ସୁଯୋଗ ଦିଆଯିବ । ଏହି କ୍ରୀଡା ଆସନ୍ତା ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ ଷ୍ଟାଡିୟମରେ ଆୟୋଜନ ହେବ ବୋଲି ଜଣାପଡ଼ିଛି ।