କଟକ କନ୍ଦରପୁର ଥାନା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ସାଇବର କ୍ରାଇମ ନେଇ ସଚେତନତା
କଟକ ସଦର (ଏନ୍.ଏମ୍.): କଟକ କନ୍ଦରପୁର ଥାନାର ତତ୍ତ୍ୱାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି ।ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ରେ ଖୁବ କମ ସମୟରେ କରୁଛି । ସବୁଠାରୁ ବଡ଼ କଥା ହେଲା ଏହି ସମୟ ରେ ଆମେ ମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର । ଟିକେ ସତର୍କତା ଅବଲମ୍ବନ ନକଲେ ସାଇବର ଅପରାଧୀଙ୍କ ଠକାମିର ଶିକାର ହେବାକୁ ପଡିବ । ଆମେ କିପରି ସାଇବର ଠକାମୀର ଶିକାର ନହେବା ସେଥିପାଇଁ ଆଜି କଟକ ସହରାଞ୍ଚଳ ପୁଲିସ ଜିଲ୍ଲାର ସାଇବର ସେଲ ଅଧିକାରିଣୀ ଇନ୍ସପେକ୍ଟର ରେଣୁବାଳା ତ୍ରିପାଠୀ ଓ କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା,ସାଇବର ସୁରକ୍ଷା ପାଇଁ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାଯ୍ୟକ୍ରମ ରେ କନ୍ଦରପୁର ଅଞ୍ଚଳ ବହୁ ବରିଷ୍ଟ ନାଗରିକ ମାନେ ଉପସ୍ଥିତ ରହିଥିଲେ ।ବରିଷ୍ଟ ନାଗରିକ ମାନେ ସାଇବର ଉପରେ ଅଧିକ ଜାଣିବା ପାଇଁ ସାଇବର ସେଲ ଅଧିକାରୀଙ୍କୁ ପ୍ରଶ୍ନ କରି ଅଧିକ ସଚେତନ ହୋଇଥିଲେ ।