କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ

News from Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକରେ ସେକ୍ସ ର‌୍ୟାକେଟ ଠାବ ହୋଇଥିବା ଜଣାପଡ଼ିଛି । ବାଦାମବାଡ଼ି ଥାନା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବାବେଳେ ପୁଲିସକୁ ମିଳିଥିଲା ସୁରାକ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନାର ଏକ ଟିମ ଅଚାନକ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ରାଣୀ ମହୁମାଛି ସହ ୪ଜଣ ଦେହଜୀବୀ ଜଣେ ଗ୍ରାହକ ଓ ଜଣେ ଦଲାଲକୁ ଧରିବାରେ ପୁଲିସ ସକ୍ଷମ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ସ୍ଥାନୀୟ ବାଦାମବାଡ଼ି ଥାନା ଅନ୍ତର୍ଗତ ଲିଙ୍କରୋଡ ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବା ପୁଲିସକୁ ସୁରାକ ମିଳିଥିଲା । ବାଦାମବାଡ଼ି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ସେଠାରେ ଅଚାନକ ଚଢ଼ାଉ କରିବା ସମୟରେ ୫ଜଣ ଯୁବତୀଙ୍କୁ ଧରିବା ବେଳେ ଜଣେ ଗ୍ରାହକ ଓ ଜଣେ ଦଲାଲଙ୍କୁ ପୁଲିସ ଧରିଥିଲା । ସମସ୍ତଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ