କଟକରେ ମଶାମରା ଅଭିଯାନ ଦିଗହରା: ଅତିଷ୍ଠ ହୋଇପଡ଼ିଲେଣି ଜଗତପୁରବାସୀ

କଟକରେ ମଶାମରା ଅଭିଯାନ ଦିଗହରା: ଅତିଷ୍ଠ ହୋଇପଡ଼ିଲେଣି ଜଗତପୁରବାସୀ

କଟକରେ ମଶାମରା ଅଭିଯାନ ଦିଗହରା: ଅତିଷ୍ଠ ହୋଇପଡ଼ିଲେଣି ଜଗତପୁରବାସୀ


#ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସିଏମସି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ସିଏମସି ଅଧୀନରେ ୫୯ଟି ୱାର୍ଡ଼ ରହିଥିବାବେଳେ ନିର୍ଦ୍ଦିଷ୍ଟ କେତେକ ୱାର୍ଡ଼ ପ୍ରତି କର୍ତ୍ତୃପକ୍ଷଙ୍କ ଅବହେଲା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସହରର ବିଭିନ୍ନ ସ୍ଥାନରେ ଦିନକୁ ଦିନ ମଶା ଯୋଗୁଁ ସହରବାସୀ ଅତିଷ୍ଠ ହୋଇପଡ଼ିଥିବାବେଳେ ଦିଗହରା ହୋଇଛି ମଶାମରା ଅଭିଯାନ । ବର୍ଷ ବର୍ଷ ଧରି ସହରରେ ବୁସ କଟିଂ, ସମସ୍ତ ଡ୍ରେନରେ ମଶା ତେଲ ପକାଇବା, ନିୟମିତ ମଶା ଧୂଆଁ ଦିଆଯିବା, ମଶା ଲାଭାକୁ ନଷ୍ଟ କରିବା ପାଇଁ ନାଳ ନର୍ଦ୍ଦମାରେ ଗାମ୍ବୁସିଆ ମାଛ ଛାଡ଼ିବା ଆଦି କେବଳ କାଗଜ କଲମରେ ଚାଲିଥିବାବେଳେ ରାଜସ୍ୱ ଆତ୍ମସାତ ହେଉଥିବା ଚର୍ଚ୍ଚା ହେଉଛି । ତେଣୁ ସହରରେ ମଶାଙ୍କ ସୂଚକାଙ୍କ ବଢ଼ିବଢ଼ି ଯିବା ସହ ସହରବାସୀ ଅତିଷ୍ଠ ହୋଇ ପଡ଼ିଲେଣି । କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ଼ରେ ନାଳନର୍ଦ୍ଦମା ମଶାଙ୍କ ଉତ୍ପତ୍ତିସ୍ଥଳ ହୋଇଥିବାବେଳେ ଏ ନେଇ ସିଏମସିର ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । କେବଳ ସେତିକି ନୁହେଁ ବିଭିନ୍ନ ଅଞ୍ଚଳ ତଥା ୱାର୍ଡ଼ରେ ଏବେ ବି ମଶା ଧୂଆଁ ସାତ ସପନ ହୋଇ ପଡ଼ିଛି । ବିଶେଷ କରି ସିଏମସି ୪୮ ଓ ୪୯ ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ମଶାମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ନା କେବେ ମଶା ଧୂଆଁ ଦିଅ।।ଇଛି ନା କେବେ ମଶା ତେଲ ପଡ଼ୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଜଗତପୁର ୪୮ନମ୍ବର ୱାର୍ଡ ଆଇବି ରୋଡ ବା ଭିଆଇପି ରୋଡ ଉପରେ ପାଇଖାନା ଟାଙ୍କିର ମଇଳା ପାଣି ସବୁ ରାସ୍ତା ଉପରେ ଓ ରାସ୍ତା କଡରେ ଜମି ରହି ସେଥିରୁ ମଶା ଡାଆଁସ ଉତ୍ପତ୍ତି ମଧ୍ୟ ହେଉଛି । ମଶା ତେଲ କେବେ ୱାର୍ଡର ବିଭିନ୍ନ ସାହି ବସ୍ତି ଡ୍ରେନମାନଙ୍କରେ ପକା ଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳରେ ମଶା ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିଲେ ମଧ୍ୟ ସିଏମସି କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଫଳରେ ଲୋକମାନେ ଘର ଭିତରେ ରହିପାରୁ ନାହାନ୍ତି । ପୂର୍ବରୁ ଏହି ୱାର୍ଡ଼ରେ ଥିବା କର୍ପୋରେଟର ଚାପ ପକାଇ ଅଞ୍ଚଳରେ ମଶାମରା ଅଭିଯାନ ହେଉଥିବାବେଳେ ଏବେ ୩ବର୍ଷ ଧରି ମଶାମରା ଅଭିଯାନ ଏଠାରେ ଠପ ହୋଇ ଯାଇଛି । ତେଣୁ ଅଞ୍ଚଳର ବିକାଶ ପାଇଁ ବର୍ତ୍ତମାନର ଲୋକପ୍ରତିନିଧିମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି ଅଞ୍ଚଳର ଜନସାଧାରଣ ହିନସ୍ତା ଭୋଗ କରୁଥିବା ଅଭିଯୋଗ ହୋଇଛି । ଏପରିକି ଏହି ଅଞ୍ଚଳର ଲୋକ ପ୍ରତିନିଧିଭାବେ ଖୋଦ ଡେପୁଟି ମେୟର ଥିଲେ ମଧ୍ୟ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ନହେବା ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଆଲୋଚନା ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ