କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ

କଟକରୁ ପୁଣି ଠାବହେଲା ନକଲି ଔଷଧ: ଡିଷ୍ଟ୍ରିବ୍ୟୁଟର ଗିରଫ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକରେ ପୁଣି ଠାବ ହୋଇଛି ନକଲି ଔଷଧ । କଟକରେ ନକଲି ଔଷଧ କାରବାର ପ୍ରଥମ ନହେଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇ ପାରୁନାହିଁ । ବାରମ୍ବାର ଯାଞ୍ଚ୍ ସତ୍ତ୍ୱେ ନକଲି ଔଷଧ ବେପାର ଥମିବାର ନାଁ ନେଉନାହିଁ । ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଧରାପଡିବା ସହ ଏଥିରେ ସଂପୃକ୍ତ ଥିବା ବ୍ୟବସାୟୀ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛନ୍ତି । ତଥାପି ଏହି କାରବାରରେ ରୋକ୍ ଲାଗିପାରୁନାହିଁ । କଟକ ଚୌଧରୀ ବଜାରୁ ରୁ ଓ-ଟୁ ର ନକଲି ଔଷଧ ଧରାପଡିବା ପରେ ଏଥିରେ ଏକ ରାକେଟ୍ କାମ କରୁଥିବା ଜଣାପଡିଛି । ଏଥିରେ ଅନେକ ଲୋକଙ୍କ ସଂପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡବା ପରେ ପୁଲିସ ପକ୍ଷରୁ ତନାଘନା ଜାରୀ ରହିଛି । ଝାଡା ରୋଗ ନିୟନ୍ତ୍ରଣ ପାଇଁ ବହୁଳ ଭାବେ ବ୍ୟବହାର ହେଉଥିବା ଓ-ଟୁ (ଓଫ୍ଲୋକ୍ସାସିନ୍ ଏବଂ ଓରିଣ୍ଡାଜୋଲ୍‌)ର ନକଲି ବଟିକା ପ୍ରଚୁର ପରିମାଣରେ ଜବତ ହୋଇଛି । ପ୍ରତିଷ୍ଠିତ ଔଷଧ ନିର୍ମାଣକାରୀ ସଂସ୍ଥା (ମେଡ୍‌ଲେ)କମ୍ପାନୀର ଏହି ଓ-ଟୁ ଔଷଧକୁ ନକଲି ଭାବେ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରି କରାଯାଉଥିବା ଖବର ପାଇ ଡ୍ରଗ୍ସ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢାଉ କରାଯାଇଥିଲା ।
ସ୍ଥାନୀୟ ଚୌଧୁରୀବଜାରରେ ଥିବା ଏକ ଡିଷ୍ଟ୍ରିବୁଟର ସଂସ୍ଥା ଉପରେ ଚଢାଉ କରି ନକଲି ମେଡିସିନ୍‌ର ୧୨ଶହ ଷ୍ଟ୍ରିପ୍ ଅର୍ଥାତ୍ ୨ଲକ୍ଷ ବଟିକା ଜବତ କରାଯାଇଛି । ଏଥି ସହିତ ମେଡିସିନ୍ ନିୟନ୍ତ୍ରକଙ୍କ ପକ୍ଷରୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଉକ୍ତ ଏଜେନ୍ସି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଅଧିକ ତଦନ୍ତ ପାଇଁ ଘଟଣା ସମ୍ପର୍କରେ ଦର୍ଶାଯାଇ ଏକ ଏତଲା ପୁରୀଘାଟ ଥାନାରେ ଦିଆଯାଇଥିଲା । ପୁଲିସ ଗତକାଲିଠାରୁ ଶ୍ରୀ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଆଜି ଗିରଫ କରି କୋର୍ଟ ଚାଲଣ କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଲମ୍ବିତ ରାତିରେ ଏହି ଏଜେନ୍ସି ଚଢାଉ କରି ଡ୍ରଗ୍ ବିଭାଗ ଅଢେଇ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିବା ସହିତ ବିଜୟଙ୍କ ବିରେଧରେ ଥାନାରେ ଏତଲା ଦେଇଥିଲେ । ରେଡ୍ ବେଳେ ୧୧୪୫ ଷ୍ଟ୍ରିପ୍ ଓ-ଟୁ ଔଷଧ ଜବତ ହୋଇଥିଲା । ବିଜୟ ବେଆଇନ ଭାବରେ ଦିଲ୍ଲୀ, ଲକ୍ଷ୍ନୌ ଓ ମଧ୍ୟପ୍ରଦେଶରୁ ଔଷଧ ଆଣି ବ୍ୟବସାୟ କରୁଥିଲେ । ସେ ବିକିଥିବା ସମସ୍ତ ଔଷଧ ବ୍ୟବସାୟୀଙ୍କ ୟୁନିଟ୍ ଯାଞ୍ଚ୍ କରାଯିବା ସହ ଡ୍ରଗ୍ ବିଭାଗ ଓ ପୁଲିସ ବାହାର ରାଜ୍ୟକୁ ଯାଇ ମେଡିସିନ୍ ଦେଇଥିବା ଏଜେନ୍ସି ଉପରେ ଯାଞ୍ଚ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ