କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): କଟକ ବିଭିନ୍ନ ସମୟରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ସ୍ୱତନ୍ତ୍ରସ୍ଥାନରେ ଥିବାବେଳେ ନକଲି ମେଡ଼ିସିନ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜଗତପୁର, ମାଲଗୋଦାମ, ଚୌଦ୍ୱାର, ବୟାଳିଶମୌଜା, ବମ୍ଫକୁଦ ଆଦି ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏବେ ରକ୍ତଚାପ ନିମନ୍ତେ ବ୍ୟବହୃତ ଔଷଧ ନକଲି ଧରାପଡ଼ିବା ପରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । କଟକରେ ନକଲି ଔଷଧର ଚେର ରହିଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ ୨ଟି ଷ୍ଟକିଷ୍ଟକୁ ସିଲ କରିବା ସହ କର୍ତ୍ତୃପକ୍ଷଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣାର ଦିନ କେଇଟା ନପୁରୁଣୁ କଟକରୁ ପୁଣି ନକଲି ଟେଲମା ୪୦ ଔଷଧ ଜବତ ହେବା ଜଣାପଡ଼ିଛି । ସ୍ଥାନୀୟ ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଏହି ନକଲି ଔଷଧ ଜବତ ହୋଇଛି । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ପୁରୀଘାଟ ଥାନା ପୁଲିସ ଜବତ କରିଛି । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଏହି ଔଷଧ ଆସିଥିବା ବେଳେ ଏହାକୁ ଯାଞ୍ଚ କରାଯାଇଥିଲା । । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଏହି ଔଷଧ ବୋଲି ଜଣାପଡ଼ିବା ପରେ ପୁଲିସ ତାହାକୁ ଜବତ କରିଥିବା ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଏବଂ କଟକରୁ ନକଲି ଔଷଧ ଜବତ ହୋଇଛି । ପୁଲିସ ଟେଲମା-୪୦ ଓ ଟାଲମା ଏମଆର ଅସଲି ଖୋଳରେ ନକଲି ଔଷଧ ବିକ୍ରି ରାକେଟର ପର୍ଦ୍ଦାଫାସ କରିଥିଲା । କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି । ତେବେ ଏହାର ଚେର ଆହୁରି ଲମ୍ବିଥିବ ବୋଲି ପୁଲିସ ସନ୍ଦେହ କରୁଛି । ତେଣୁ ଏହା ଉପରେ ପୁଲିସ ସର୍ବଦା ତୀକ୍ଷ୍ମନଜର ରଖିଥିବା ଡିସିପି ଶ୍ରୀ ମିଶ୍ର କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ