କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ

କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ

କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ

News by Smruti Ranjan Tripathy (Choudwar)

#କଖଡ଼ି(ଏନ୍‌.ଏମ୍‌.): ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଗାନ୍ଧୀ ହାଟ ପଡ଼ିଆରେ ରୟାଲ କ୍ରିକେଟ ସ୍ପୋର୍ଟସ ପକ୍ଷରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲ ମ୍ୟାଚରେ କୁମାରପୁର ତାର ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ବଡ଼ ବାର୍ଶିଂ ଠାରୁ ୮ ୱିକେଟରେ ବିଜୟୀ ହୋଇ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଅପର ପକ୍ଷରେ କଖଡି ତାର ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ଘଣ୍ଟିଖାଲ ଠାରୁ ୪୨ ରନରେ ବିଜୟୀ ହୋଇ ଦ୍ୱିତୀୟ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । କଖଡି ପ୍ରଥମେ ଟଚ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ୨ୱିକେଟ ହରାଇ ୧୧୬ ରନ ସଂଗ୍ରହ କରିଥିଲା, ବିପକ୍ଷ ଟିମ୍ ଭାବେ ଘଣ୍ଟିଖାଲ ୧୦ ଓଭର ରେ ୭ ୱିକେଟ ହରାଇ ୭୫ ରନ ସଂଗ୍ରହ କରିଥିଲା । କଖଡି ଟିମର ପ୍ରାରମ୍ଭିକ ବ୍ୟାଟମ୍ୟାନ ରବିନ୍ଦ୍ର ଦଳାଇ ୭୩ ରନ କରି ନଟ୍ ଆଉଟ୍ ଥିଲେ । କଖଡି ପ୍ରିନ୍ସ କ୍ଲବ ସଭାପତି ଶେଷଦେବ ମୁଦୁଲି, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ବିଜୁ ଜନତା ଦଳ କଖଡି ସଭାପତି ରଞ୍ଜନ କୁମାର ମୁଦୁଲି, ପୂର୍ବତନ କ୍ରୀଡାବିତ୍ ମାନସ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ଟିମକୁ ଶୁଭେଚ୍ଛା ଜଣାଇଥିଲେ । ସୋମନାଥ ମାଝୀ ଓ ରବୀନ୍ଦ୍ର ଦଳାଇ ମ୍ୟାଚ ପରିଚାଳନା କରିଥିଲେ । ଆୟୋଜକ ରୟାଲ କ୍ରିକେଟ ସ୍ପୋର୍ଟସର ସୁନିଲ କୁମାର ବେହେରା, ବିଚିତ୍ର ସାହୁ, ତପନ କୁମାର ମୁଦୁଲି, ରାକେଶ ଖଟୁଆ, ଶୁଭମ୍ ସାହୁ, ବିକ୍ରମ ଛତାର, ବାବୁଲ ବେହେରା, ରାଜା ସାହୁ ପ୍ରମୁଖ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ