ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ

ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ସାଧାରଣ ବାର୍ଷିକ ସମ୍ମିଳନୀ

ଫଟୋ- ପଦ୍ମଲୋଚନ ମିଶ୍ର


କଟକ(ଏନ୍‌.ଏମ୍‌.): ହୋମିଓପାଥିକର ଜନକ ପୂଣ୍ୟାତ୍ମା ସାମୁଏଲ ହ୍ୟାନିମାନ୍‌ଙ୍କ ୨୬୮ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ୍ ଭବନଠାରେ ଓଡିଶା ଘରୋଇ ହୋମିଓପାଥିକ୍ ଚିକିତ୍ସକ ସଂଘର ୭ମ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ପ୍ରଦୀପ ରାଓ ମୁଖ୍ୟଅତିଥି, ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ ମୁଖ୍ୟବକ୍ତା, ଡାକ୍ତର ବିଚିତ୍ରାନନ୍ଦ ସ୍ୱାଇଁ ସମ୍ମାନିତ ଅତିଥି ଓ ମୁଖ୍ୟ ପରାମର୍ଶଦାତା ନିହାର ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ହ୍ୟାନିମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏପ୍ରିଲ ୧୦ ତାରିଖକୁ ସମଗ୍ର ବିଶ୍ୱରେ ବିଶ୍ୱ ହୋମିଓପାଥିକ ଦିବସ ରୂପେ ପାଳନ କରାଯାଉଥିବା ବେଳେ ସଂଘ ପକ୍ଷରୁ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ କୋଭିଡ ମହାମାରୀରେ ମୃତ୍ୟୁବରଣ କରିଥିବା ଆଜୀବନ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ବିଗତ ଦିନର(୨୦୧୪-୧୫ ଠାରୁ ୨୦୨୧-୨୨ ମସିହା) ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ସଭାପତି ନେତ୍ରାନନ୍ଦ ଭୋଇ ସଂଘର ଉନ୍ନତି ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଥିଲେ । ଏହି ଅବସରରେ ସଂଘର ନବ ନିର୍ବାଚିତ କର୍ମକର୍ତାମାନଙ୍କର ବିଧିବଦ୍ଧ ଭାବେ ନାମ ଘୋଷଣା କରାଯାଇଥିଲା । ସଭାପତି ଭାବେ ନେତ୍ରାନନ୍ଦ ଭୋଇ, ଉପସଭାପତି ଜଗନ୍ନାଥ ଦାଶ, ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ବାରିକ, ସଂପାଦକ ଗୁରୁଚରଣ ସାହୁ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ସାଂଗଠନିକ ସଂପାଦକ ଭାବେ କେଶବ ଚନ୍ଦ୍ର ତ୍ରିପାଠୀ, କପିଳେନ୍ଦ୍ର ଗିରି, ସୁଶାନ୍ତ କୁମାର ଜେନା ଓ ସୁଜିତ୍ ପ୍ରଧାନ ନିର୍ବାଚିତ ହୋଇଥିଲେ । ସେହିପରି ୯ ଜଣ ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା । ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ରାଉତରାୟ, ଅନନ୍ତ ନାରାୟଣ ସାହୁ, ଅଶୋକ କୁମାର ଆଚାର୍ଯ୍ୟ, କାଳିପ୍ରସନ୍ନ ରାଉତ, ବିକାଶ ମହାନ୍ତି, ଶର୍ମିଷ୍ଠା ମହାପାତ୍ର, କୃତିବାସ ପ୍ରଧାନ, ରାଜେନ୍ଦ୍ର ମହାରଣା, ସୁଧାଂଶୁ ଭୂଷଣ ନନ୍ଦ । ରଂଜିତ ଆଚାର୍ଯ୍ୟ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ନାରାୟଣ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ କମ୍ପାନୀ ମ୍ୟାନେଜର ଏବଂ ମେଡିସିନ ରିପ୍ରେଜେଣ୍ଟେଟିଭମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *