ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତି ର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ନିର୍ବାଚିତ
#ରାଇରଙ୍ଗପୁର (ଏନ୍.ଏମ୍.): ସଦ୍ୟ ସମାପ୍ତ ହୋଇଥିବା ଓଡ଼ିଶାର ଶୀର୍ଷ ସମବାୟ ସମିତି ଗୁଡ଼ିକର ନିର୍ବାଚନରେ ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ମୟୂରଭଞ୍ଜର ରାଇରଙ୍ଗପୁର ଅଞ୍ଚଳର ସୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ୱନ୍ଦରେ ୩ ନମ୍ବର ଜୋନରୁ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା ପୂର୍ବରୁ ମଧ୍ୟ ସେ ବାମନ ଘାଟି ଗୃହନିର୍ମାଣ ସମବାୟ ସମିତିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ପଟ୍ଟନାୟକ ରାଇରଙ୍ଗପୁର ନିବାସୀ ବିଶିଷ୍ଟ ସମାଜସେବୀ ତଥା ବାମନ ଘାଟି ଗୃହ ନିର୍ମାଣ ସମବାୟ ସମିତି ସଭାପତି ଡକ୍ଟର ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଜଣେ ଅମାୟିକ, ସରଳ, ସ୍ନେହଶୀଳା, ମହିଳା ତଥା ଗୃହିଣୀ ଅଟନ୍ତି । ଅନ୍ୟ ପକ୍ଷରେ ସେ ଜଣେ ଉଚ୍ଚ ଶିକ୍ଷିତା, ଲେଖିକା, ସାହିତ୍ୟିକା ମଧ୍ୟ ଅଟନ୍ତି । ସେ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନମାନଙ୍କ ସହ ସଦା ସର୍ବଦା ଜଡ଼ିତ ରହି ଜନ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଶ୍ରୀମତୀ ପଟ୍ଟନାୟକ ଏହି ସଫଳତା ନିମନ୍ତେ ବାମନଘାଟି ଗୃହ ନିର୍ମାଣ ସମବାୟ ସମିତିର ସମସ୍ତ ସଦସ୍ୟ ସଦସ୍ୟା ତଥା ଶୁଭେଚ୍ଛୁ ଓ ବୁଦ୍ଧିଜୀବୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।