ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ

ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ

ଓଟିଏମ୍ ପୁନରୁଦ୍ଧାର ମାମଲା : ୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ
ଅନ୍ୟମାନଙ୍କୁ ଦେବା ପାଇଁ ୩ ସପ୍ତାହ ସମୟ ନେଲେ ଲିକ୍ୟୁଡେଟର

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ (ଓଟିଏମ୍‌) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି । ବିଚାରପତି ବିଶ୍ୱନାଥ ରଥ ଏହି ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ଫେବୃୟାରୀ ୧୭ ତାରିଖକୁ ଦନିନ ଧାର୍ଯ୍ୟ କରିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଓଟିଏମ୍ ଶ୍ରମିକମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛି । ୨ ସପ୍ତାହ ମଧ୍ୟରେ ପ୍ରାପ୍ୟ ପ୍ରଦାନ ଶେଷ କରାଯିବ ବୋଲି ଅଫିସିଆଲ ଲିକ୍ୟୁଡେଟର ହିମାଂଶୁ ଶେଖର ହାଇକୋର୍ଟଙ୍କୁ ପୂର୍ବରୁ ଅବଗତ କରାଇଥିଲେ । ହେଲେ ଏପର୍ଯ୍ୟନ୍ତ ତାହା ଶେଷ ହୋଇନାହିଁ । ଏନେଇ ଆଜି ଶୁଣାଣି ବେଳେ ଅଫିସିଆଲ ଲିକ୍ୟୁଡେଟର ଅଦାଲତଙ୍କୁ ଜଣାଇଛନ୍ତି । ବକେୟା ପ୍ରାପ୍ୟ ପ୍ରଦାନ ଲାଗି ମୋଟ ୩୦୨୩ ହିତାଧିକାରୀଙ୍କୁ ନୋଟିସ ଦେବା କାର୍ଯ୍ୟ ଚାଲିଛି । ସେମାନଙ୍କ ମଧ୍ୟରୁ ୨୦୦୦ ହିତାଧିକାରୀଙ୍କୁ ନୋଟିସ ଦିଆଯାଇଛି । ୧୬୦୦ ଜଣ ନୋଟିସ ପାଇବା ପରେ ପ୍ରାପ୍ୟ ପାଇବା ପାଇଁ ଅଫିସିଆଲ ଲିକ୍ୟୁଡେଟର ନିକଟରେ ଦରଖାସ୍ତ ଦାଖଲ କରିସାରିଲେଣି । ଇତିମଧ୍ୟରେ ୧୦୦୨ ଜଣ ସେମାନଙ୍କର ବକେୟା ପ୍ରାପ୍ୟ ପାଇସାରିଲେଣି । ଆଉ ୨୦୦ ଜଣଙ୍କ ପ୍ରାପ୍ୟ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଏବେ ଚାଲୁରହିଛି । ୪୦୦ ଜଣ ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଛି । ସେମାନଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ର ଗ୍ରହଣ କରି ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନ ନିମନ୍ତେ ଉଦ୍ୟମ କରାଯାଉଛି । ତେବେ ଅଦାଲତ ୧୦୨୬ ଜଣଙ୍କୁ ଏଯାଏ ନୋଟିସ ଦିଆଯାଇନଥିବା ସମ୍ପର୍କରେ ଜାଣିବାକୁ ଚାହିଁବାରୁ ସଂପୃକ୍ତ ହିତାଧିକାରୀଙ୍କ ପ୍ରଦତ୍ତ ଠିକଣାରେ ମିଳୁନଥିବା କାରଣରୁ ସେମାନଙ୍କୁ ନୋଟିସ ଦିଆଯାଇପାରୁନାହିଁ । ତେବେ ମୃତ ହିତାଧିକାରୀ ବା ଠିକଣାଜନିତ ଅସୁବିଧା ହେତୁ ନୋଟିସ ଦିଆଯାଇପାରୁନଥିବା ହିତାଧିକାରୀଙ୍କ ସମ୍ପର୍କରେ ୩ସପ୍ତାହ ମଧ୍ୟରେ ଅଦାଲତଙ୍କୁ ଅବଗତ କରାଯିବ ବୋଲି ଅଫିସିଆଲ ଲିକ୍ୟୁଡେଟର ଅଦାଲତଙ୍କୁ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ