‘ଏ’ ବର୍ଗ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଦିଆଯିବ ଗାଇଡଲାଇନ୍‌: ପରିବହନ ମନ୍ତ୍ରୀ

‘ଏ’ ବର୍ଗ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଦିଆଯିବ ଗାଇଡଲାଇନ୍‌: ପରିବହନ ମନ୍ତ୍ରୀ

‘ଏ’ ବର୍ଗ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଦିଆଯିବ ଗାଇଡଲାଇନ୍‌: ପରିବହନ ମନ୍ତ୍ରୀ


ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସ୍ଥିତିକୁ ଦେଖି କଟକଣାକୁ ଆହୁରି ଅଧିକ କୋହଳ କରାଯାଇ ରାଜ୍ୟରେ ଜୁଲାଇ ୧ତାରିଖରୁ ୧୬ ସକାଳ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ବି ଅନୁମତି ଦିଆଯାଇଛି । ତେବେ ବସ୍ ଚଳାଚଳ ପାଇଁ ଗାଇଡଲାଇନ୍ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେ ପୁଣି କହିଛନ୍ତି ଯେ, ବସ୍ ଚଳାଚଳ ନେଇ ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ୍ ସଂଘ ଗୁଡ଼ିକୁ ଗାଇଡଲାଇନ୍ ଦିଆଯିବ । ବସରେ ଥିବା ସିଟ୍ କ୍ଷମତା ଅନୁସାରେ ଯାତ୍ରୀମାନେ ଯାଇପାରିବେ । ବସରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଜିଲ୍ଲା ଗୁଡ଼ିକରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି, ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ବସ୍ ଚଳାଚଳ କରିପାରିବ । ଅର୍ଥାତ୍ ଅନୁମତି ପାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଅଛି । ତେଣୁ ସୁବର୍ଣ୍ଣପୁରରୁ ସୁନ୍ଦରଗଡ଼ ବସ୍ ଚଳାଚଳ କରିପାରିବ । ତେବେ ‘ବି’ କ୍ୟାଟେଗୋରୀରେ ଥିବା ଜିଲ୍ଲା ଗୁଡ଼ିକରେ ବସ୍ ଚଳାଚଳ କରିପାରିବ ନାହିଁ ।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ‘ଏ’ କ୍ୟାଟେଗୋରୀରେ ରଖାଯାଇଛି । ଏହି ସବୁ ସ୍ଥାନରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ଅନୁମତି ଦିଆଯିବା ସହିତ ବସ୍ ଓ ଟ୍ୟାକ୍ସି ଚଳାଚଳକୁ ଅନୁମତି ଦିଆଯାଇଛି । ତେବେ ଶପିଂ ମଲ୍‌, ପାର୍ଲର ଓ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳି ନଥିବା ବେଳେ ଯାତ୍ରାକୁ ମଧ୍ୟ ଅନୁମତି ମିଳିନାହିଁ । ଅନ୍ୟପକ୍ଷରେ ସାରା ରାଜ୍ୟରେ ଥିବା ଛୋଟ ଛୋଟ ସେଲୁନ୍ ଖୋଲିବାକୁ ଅନୁମତି ମିଳିଛି । ‘ବି’ କ୍ୟାଟେଗୋରୀରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ରହିଛି । ଏହି ଜିଲ୍ଲାରେ ମଲ୍‌, ପାର୍ଲର ଓ ସ୍ପା ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ତେବେ ଏହି ୧୦ ଜିଲ୍ଲା ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସେହିପରି ଏସବୁ ଜିଲ୍ଲାରେ ସପ୍ତାହାନ ସଟ୍‌ଡାଉନ୍ ଜାରି ରହିବ । ପୂର୍ବଭଳି କଟକଣା କଡ଼ାକଡ଼ି ନିମସ୍ତେ ସ୍କ୍ୱାର୍ଡ଼ ଟିମ ନିୟୋଜିତ ରହିବେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ