ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ!,  କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ!, କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ!
କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ


କଟକ (ଏନ୍‌.ଏମ୍‌.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ଚଳିତ ସପ୍ତାହରେ ଏକମୋ ୟୁନିଟ ଉଦଘାଟନ ହେବାର ସମ୍ଭାବନା ରହିଛି । ତାରିଖ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ ୪ରୁ ୫ଦିନ ମଧ୍ୟରେ ଏକମୋ ଚିକିତ୍ସା ଆରମ୍ଭ କରାଯିବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସମସ୍ତ ମେସିନ ଇନଷ୍ଟଲ ହେବା ସହିତ ଏକମୋ ୟୁନିଟ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି ଡିଏମଇଡି ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଏ ନେଇ ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ କହିଥିଲେ ଯେ, ଏ ପର୍ଯ୍ୟନ୍ତ କୌଣସି ସରକାରୀଙ୍କ କୌଣିସ ନିର୍ଦ୍ଦେଶନାମା ଆସିନାହିଁ । ତେବେ ଅଗଷ୍ଟ ୨୭ରେ ଏକମୋ ୟୁନିଟ ଉଦଘାଟନ ଲାଗି ଯୋଜନା ଚାଲିଛି ବୋଲି ଜଣେ ବରିଷ୍ଠ ଡାକ୍ତର କହିଛନ୍ତି । ୨ଟି ଟିମ ପ୍ରଶିକ୍ଷଣ ନିମନ୍ତେ କୋଲକାତା ଯାଇଥିଲା । ଏହି ୨ଟି ଟିମ ମଧ୍ୟ ପ୍ରଶିକ୍ଷଣ ଶେଷ କରି ଫେରି ସାରିଲେଣି । ଏସସିବି କାର୍ଡ଼ିଓଥୋରାସିସ୍ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌) ବିଭାଗରେ ଏକମୋ ୟୁନିଟ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୯ଟି ଏକମୋ ମେସିନ ପର୍ଯ୍ୟାୟକ୍ରମେ ବିଦେଶରୁ ଅଣାଯାଇଛି । ୬ଟି ମେସିନ ଏକମୋ ୱାର୍ଡ଼ରେ ଇନଷ୍ଟଲ ହୋଇଥିବା ବେଳେ ୩ଟି ମେସିନକୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି । ୟୁନିଟ ପରିଚାଳନା ଲାଗି ଗତ ୨ ତାରିଖରେ ଗୋଟିଏ ଦଳ ପ୍ରଶିକ୍ଷଣ ହାସଲ ନିମନ୍ତେ କୋଲକାତା ଯାତ୍ରା କରିଥିଲା । ଏହି ଟିମରେ ୨ଜଣ କାର୍ଡ଼ିଓଥୋରାସିସ, ୩ଜଣ ରକ୍ତ ସଞ୍ଚାଳକ ଓ ୪ଜଣ ଷ୍ଟାଫ ନର୍ସ ରହିଥିଲେ । ପରେ ଅନ୍ୟ ଏକ ଦଳକୁ ମଧ୍ୟ କଲିକତା ପଠାଯାଇଥିବା ବେଳେ ଦଳରେ ୩ ଜଣ ନିଶ୍ଚେତକ ଡାକ୍ତର, ୩ଜଣ ରକ୍ତ ସଞ୍ଚାଳକ ଓ ୪ଜଣ ଷ୍ଟାଫ ନର୍ସ ରହିଥିଲେ । ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ