ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତା ମୂଳକ କରାଯାଇଛି । ତେବେ ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ । ତେବେ ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି । ଅନଲାଇନ୍ ଆବେଦନ ସମୟରେ ଏହାକୁ ସାରଥି ପୋର୍ଟାଲରେ ଅପଲୋଡ୍ କରୁଛନ୍ତି । ତେବେ ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିହେଉନାହିଁ; ତେଣୁ ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପଲୋଡ୍ ହେବାର ଆଶଙ୍କା ରହିଛି । ତେଣୁ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା (ଏମସିଆଇ ଅଧୀନରେ ପଞ୍ଜିକରଣ ସହିତ ଏମବିବିଏସ ଡିଗ୍ରୀ ଧାରକ) ନିଶ୍ଚିତ କରିବାକୁ ଏସଟିଏ ଓଡ଼ିଶା ଏକ ନୂତନ ଅନଲାଇନ୍ ଡାକ୍ତର ପଞ୍ଜିକରଣ ପୋର୍ଟାଲ୍ ବିକଶିତ କରିଛି । ଯେଉଁଠାରେ ପ୍ରାୟ ୧୬୭ ଏମବିବିଏସ ଡାକ୍ତର ପଞ୍ଜିକୃତ ହୋଇଛନ୍ତି । ସେମାନେ ଅନଲାଇନରେ ସାରଥି ପୋର୍ଟାଲ୍ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବେ । ଜାନୁଆରୀ ୨୬ ତାରିଖରୁ ୪୦ ବର୍ଷରୁ ଅଧିକ ବୟସର ଆବେଦନକାରୀଙ୍କ ପାଇଁ ଡାକ୍ତରୀ ପ୍ରମାଣପତ୍ରର ଅନଲାଇନ୍ ପ୍ରଦାନ ବାଧ୍ୟତାମୂଳକ ହେବବୋଲି ଯୁଗ୍ମ ପରିବହନ କମିଶନର ଦୀପ୍ତି ରଂଜନ ପାତ୍ର (ଟେକ୍ନିକାଲ) କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି