ଏନ.ଏଲ.ୟୁ.ର ସଫେଇ କର୍ମଚାରୀମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
#ନରାଜ(ଏନ୍.ଏମ୍.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଆଇନ ସେବା ସମିତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ନିରାପତ୍ତା ଯୋଜନା ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ଯୋଜନା ମାଧ୍ୟମରେ କି ପ୍ରକାର ସୁବିଧା ସୁଯଗ ଉପଲବ୍ଧ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶ୍ୱବିଦ୍ୟାଳୟର ଆଇନ ସେବା ସମିତିର ଛାତ୍ରଛାତ୍ରୀମାନେ କର୍ମଚାରୀମାନଙ୍କ ସହ ଆଲୋଚନା ଭିତ୍ତିରେ ସେମାନଙ୍କ ପଶ୍ନର ଉତ୍ତର ରଖିଥିଲେ ଓ ସେମାନଙ୍କ ସମସ୍ୟା ଗୁଡିକୁ ନୋଟ କରିଥିଲେ । କାର୍ଯ୍ୟକ୍ରମରେ ଆଇନ ସେବା ସମିତି ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ବେହେରା ଓ ଆଇନ ସେବା କେନ୍ଦ୍ରର ସ୍ୱତନ୍ତ୍ର ଅଧିକାରୀ ଦୁର୍ବାଦଳ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।