ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ

ଏନ.ଆର.ଆର.ଆଇରେ ପେନସନର୍ସ ସମ୍ମିଳନୀ


#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ ଆଇସିଏଆର ପୂର୍ବାଞ୍ଚଳ ପେନସନର୍ସ ଆସୋସିଏସନର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଆଇସିଏଆର ପୂର୍ବାଞ୍ଚଳର ୧୫୦ରୁ ଉର୍ଦ୍ଧ୍ୱ ପେନସନର୍ସ ଯୋଗ ଦେଇଥିଲେ । ସଭାପତି ଡ. ଶରତ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହ ଆସୋସିଏସନ ଗଠନର ଲକ୍ଷ୍ୟ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରିଥିଲେ । ସର୍ବଭାରତୀୟ କେନ୍ଦ୍ରୀୟ ପେନସନର ଆସୋସିଏସନ, ଓଡିଶା ସଭାପତି ଜୟକୃଷ୍ଣ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ପେନସନର୍ସମାନଙ୍କର ସାମ୍ପ୍ରତିକ ଅବସ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଇସିଏଆରର ମୁଖ୍ୟ ବିତ୍ତ ଏବଂ ହିସାବ ଅଧିକାରୀ ଡ. ସୁନୀଲ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପେନସନର୍ସମାନଙ୍କୁ ପେନସନ ନିୟମ ସମ୍ବନ୍ଧରେ ଆବଶ୍ୟକୀୟ ଟିପଣୀ ପ୍ରଦାନ କରିଥିଲେ । ଡ. ଯୋଗେଶ୍ୱର ପାଣି ପେନସନର୍ସମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ତଥା ଆଇ.ଆଇ.ଡବ୍ଲୁ.ଏମ. ନିର୍ଦ୍ଦେଶକ ଡ. ଏ. ଷଡ଼ଙ୍ଗୀ ପେନସନର୍ସମାନଙ୍କର ସମସ୍ତ ଆବଶ୍ୟକତା ପୂରଣରେ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଉପଦେଷ୍ଟା ଡ. ବି.ଏନ. ମହାପାତ୍ର, ଗଙ୍ଗାଧର ବେହେରା, ଉପସଭାପତି ଡ. ଶଶାଙ୍କ ପଟ୍ଟନାୟକ, ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆସୋସିଏସନର ଅତି ବରିଷ୍ଠ ପେନସନରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନର ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଉପସଭାପତି ଡ. ପଦ୍ମିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ