ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ


#କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏନଆରଆରଆଇ କଣ୍ଟ୍ରାକ୍ଟ ଲେବର ୟୁନିୟନର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏସିଆ ମହାଦେଶର ସର୍ବବୃହତ ଧାନ ଗବେଷଣା କେନ୍ଦ୍ରର ଉନ୍ନତି, ଶ୍ରମିକ ମାନଙ୍କର ଉନ୍ନତି ସହିତ ଦେଶର ପ୍ରଗତି ପାଇଁ ଶ୍ରମିକମାନେ ସେମାନଙ୍କର କର୍ତ୍ତବ୍ୟ କରିବା ସହିତ ତାଙ୍କର ଅଧିକାର ପାଇବା ସମ୍ବନ୍ଧରେ ଶ୍ରୀ ବ୍ରହ୍ମା ସଚେତନ କରାଇଥିଲେ । ସଂଘର ସାଧାରଣ ସମ୍ପାଦକ ସୁଧୀର ନାୟକ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅଯୋଧ୍ୟା ଠାରେ ଶ୍ରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୧୯୯୦ ମସିହା ଅକ୍ଟୋବର ୩୦ ତାରିଖ କରସେବକ ମାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଓ ସେଦିନର ହୋଇଥିବା ମହାସଂଗ୍ରାମର ତଥ୍ୟ ଭିତ୍ତିକ ଏକ ପୁସ୍ତିକା “ଅନୁଭୂତିରେ ଅଯୋଧ୍ୟା ଯାତ୍ରା’ ବସନ୍ତ କୁମାର ସାହୁଙ୍କ ଲିଖିତ ପୁସ୍ତକଟି ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ମୁଖ୍ୟବକ୍ତା ରୂପେ ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ଉପସଭାପତି ଅଶୋକ କୁମାର ସ୍ୱାଇଁ, ଭାରତୀୟ ମଜଦୁର ସଂଘର କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁ, ଜିଲ୍ଲା ସମ୍ପାଦକ ପ୍ରକାଶ ରାଉତ, ବିଲଡିଂ କନଷ୍ଟ୍ରକସନ ୱାର୍କରସ ୟୁନିୟନର ଉପସଭାପତି ସବିତା ସାହୁ, କଟକ ଜିଲ୍ଲା ଅସଂଗଠିତ ମଜଦୁର ସଂଘର ସଭାପତି ବିନୋଦ ପତି, ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଜଗତପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ସାମଲ, କଟକ ଜିଲ୍ଲା କମିଟି ସଦସ୍ୟା ମମତା ସାମଲ, ଏନଆରଆରଆଇକଣ୍ଟ୍ରାକ୍ଟ ଲେବର ୟୁନିୟନର ସହସମ୍ପାଦିକା ମମତା ଭୋଇ, ପ୍ରବୀଣା ଭୋଇ, ପ୍ରକାଶ ନାୟକ, ଉପସଭାପତି କିଶୋର ଭୋଇ, ଓସିଏଲ ମଜଦୁର ସଂଘର କର୍ମକର୍ତ୍ତାମାନେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦବୋଧନ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ