ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨

ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ୨୦୨୨


ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ଥାନୀୟ ଜୟଦେବବିହାର ସ୍ଥାିତ ଉତ୍ସବ ଓଡିଶୀ ଅଡିଟୋରିଉମ ଏନଆଇଇଏମ୍‌- ଦି ଇନଷ୍ଟିଚ୍ୟୁଟ୍ ଅଫ୍‌ଇଭେଣ୍ଟ ମ୍ୟାନେଜମେଣ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ, ସଂସ୍କୃତି ଏବଂ ଓଡ଼ିଆ ଭାଷା ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶଦାସ ନାୟକ ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରଶଂସା କରିଥିଲେ । ଏହି ଅନୁଷ୍ଠାନଟି ହେଉଛି ଏସିଆର ପ୍ରଥମ ଏବଂ ବିଶ୍ୱର ପଞ୍ଚମ ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ଯାହାକି ଅନ୍ୟ ପନ୍ଦରଟି ରାଜ୍ୟ ସହିତ ଇଭେଣ୍ଟମ୍ୟାନେଜମେଣ୍ଟ ପାଠ୍ୟକ୍ରମ (ସ୍ୱୟଂଶାସିତ) ପାଠ୍ୟକ୍ରମରେ ଲିମକା ବୁକ୍ ଅଫ ରେକର୍ଡରେ ତାଲିକାଭୁକ୍ତ । ଓଡିଶାରେ ଏହା ହେଉଛି ଏକ ମାତ୍ର ଇଭେଣ୍ଟ ଇନଷ୍ଟିଚ୍ୟୁଟ୍ । ଛାତ୍ରଛାତ୍ରୀମାନଙ୍କୁ ବହି ଏବଂ ଷ୍ଟଡିମ୍ୟାଟେରିଏଲସ ଯୋଗାଇଦେବା ସାଙ୍ଗରେ, ସର୍ବଶ୍ରେଷ୍ଠ ଇଭେଣ୍ଟ ଏବଂ କାର୍ଯ୍ୟକ୍ରମରେ ସୁଯୋଗ ଦିଆଯାଇଥାଏ । ଇଭେଣ୍ଟ ମ୍ୟାନେଜମେଣ୍ଟ ଭାରତରେ ବହୁତ ବଡ ସ୍କେଲରେ କରାଯାଇଥାଏ ବୋଲି ମତପ୍ରକାଶ ପାଇଥିଲା । ପ୍ରତିବର୍ଷ ସଫଳ ଇଭେଣ୍ଟମ୍ୟାନେଜର ଭାବରେ ୭୦ରୁ ୧୨୦ ଛାତ୍ରଛାତ୍ରୀ ପାସ କରିଥାନ୍ତି । ଚାକିରୀ କ୍ଷେତ୍ରରେ ୧୦୦ ପ୍ରତିଶତ ସହଯୋଗ କରିଆସିଛୁ । ପୂର୍ବରେ ଇଭେଣ୍ଟ ପରିଚାଳନା ପାଇଁ ଏନଆଇଇଏମ ଭୁବନେଶ୍ୱର ଏକ ଅଗ୍ରଣୀ ଅନୁଷ୍ଠାନ । ଫୁଲ୍ ଏୟାରକଣ୍ଡିସନ୍ ଏବଂ ଡିଜିଟାଲ ଶ୍ରେଣୀଗୃହ ସହିତ ଭୁବନେଶ୍ୱରର ସବୁଠାରୁ ପ୍ରାଇମ ଲୋକେସନରେ କେନ୍ଦ୍ରୀୟ ଭାବରେ ଅବସ୍ଥିତ, ୨୦୧୫ ମସିହାରୁ ଓଡିଶାରେ ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଭଲରେ ଜଡ଼ିତ ରହିଥିବା ଅନୁଷ୍ଠାନର କର୍ମକର୍ତ୍ତାମାନେ ମତପୋଷଣ କରିଥିଲେ । ଛାତ୍ରଛାତ୍ରୀମାନେ ପାଇଥିବା ଚାକିରୀ ଭିତରେ, କମ୍ପାନୀଗୁଡିକ ହେଉଛି । ଜୀସାର୍ଥକ ଷ୍ଟାର ଭାରତ, ସୁନାମ ଧନ୍ୟ ଇଭେଣ୍ଟ କମ୍ପାନୀମାନେ ମଧ୍ୟ ଅଛନ୍ତି । ଏହା ସହିତ ବାହାର ରାଜ୍ୟରେ ମଧ୍ୟ ଚାକିରୀ କ୍ଷେତ୍ରରେ ଆଗକୁ ରହିଛନ୍ତି । ଯେମିତିକି ରାଞ୍ଚି କୋଲକାତା ମୁମ୍ବାଇ ହାଇଦ୍ରାବାଦ ଇତ୍ୟାଦି । ଉଚ୍ଚ ଦରମା ସାଙ୍ଗକୁ ଆନନ୍ଦିତ ଜୀବନକୁ ଛାତ୍ରଛାତ୍ରୀମାନେ ଲାଭ ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜିତ ସାହୁ, ଆରଏନଆର ସେଲେବରସନସ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ସୁଜିତ ସାହୁ, ଆରଏନଆର ସେଲେବରସନସ ପ୍ରାଇଭେଟ ଲିମିଟେଡ଼ ନିର୍ଦ୍ଦେଶକ ହିମାଂଶୁ ସରପଟିଆ, ଏକାଡେମିକ ମୁଖ୍ୟ ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି