ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ଉନ୍ନତମାନର ଶିକ୍ଷାଦନ ପାଇଁ ୪ଟି ବିଦ୍ୟାଳୟକୁ ୧ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

News by Sambit kumar Senapati (Khandapada)

ଖଣ୍ଡପଡା (ଏନ୍‌.ଏମ୍‌): ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ୫-ଟି ରୁପାନ୍ତରୀକରଣ ଯୋଜନାରେ ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ସହ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିଛି । ବିଦ୍ୟାଳୟଗୁଡିକରେ ଉନ୍ନତମାନର ଶିକ୍ଷଦାନ ସହ ଶତପ୍ରତିଶତ ପରୀକ୍ଷା ଫଳ ପ୍ରଦର୍ଶନ କରିଥିବା ଖଣ୍ଡପଡା ବ୍ଳକ ଅଧିନ ୪ଟି ବିଦ୍ୟାଳୟକୁ ପୁରସ୍କୃତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ଖଣ୍ଡପଡା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ଖଣ୍ଡପଡା ସହରର ସର୍ବ ପୁରାତନ ରାମଚନ୍ଦ୍ର ଉଚ୍ଚ ବିିଦ୍ୟାଳୟ, ରାଣୀପଡା ପଞ୍ଚାୟତର ବିରିଡିହିସ୍ଥିତ ଭଗବତୀ ବିଦ୍ୟାପୀଠ, ରାଣୀଚ୍ଛେଲୀ ଗ୍ରାମର ଖଲିଅପସରା ଉଚ୍ଚ ବିଦ୍ୟାଳୟ ଓ ଜଗନ୍ନାଥପ୍ରସାଦ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ୪ଟି ବିଦ୍ୟାଳୟକୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ବ୍ଳକ ଶିକ୍ଷାଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓ ଏବିଇଓ କଳିଙ୍ଗ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି