ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ

ଆରପିଏଫ ଅଧିକାରୀଙ୍କ ଯୋଗୁଁ ସମ୍ଭାବ୍ୟ ମୁତ୍ୟୁ ମୁଖରୁ ବର୍ତ୍ତିଗଲା ମା’ ଓ ଶିଶୁଙ୍କ ଜୀବନ


କଟକ(ଏନ୍‌.ଏମ୍‌.): କଟକ ରେଳଷ୍ଟେସନରେ ଆରପିଏଫ ଜବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ମା’ ଓ ଶିଶୁଙ୍କ ଜୀବନ । ତେବେ ଆରପିଏଫ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ସାଧାରଣରେ ତାଙ୍କୁ ବେଶ ପ୍ରଶଂସା କରାଯାଇଛି । ସୂଚନା ଅନୁଯାୟୀ, କଟକ ରେଲୱେ ଷ୍ଟେସନର ଆରପିଏଫ ମହିଳା ଏସଆଇ ମିସ ରୋଜି ଏବଂ ଏଏସଆଇ ସ୍ମୃତିରଞ୍ଜନ ସାହୁ ନାଇଟ ପେଟ୍ରୋଲିଂରେ ବୁଲୁଥିବାବେଳେ ଟ୍ରେନ ଲାଇନରେ ଜଣେ ମହିଳା ଗୋଟିଏ ନବଜାତ ଶିଶୁକୁ ଧରି ବସିଥିବା ଦେଖିବାକୁ ପାଇଥିଲେ । ଦୂରରୁ ଟ୍ରେନ ଆସୁଥିବା ଓ ମହିଳାଜଣକ ଲାଇନରେ ବସିଥିବା ଦେଖି ଆରପିଏଫ ଅଧିକାରୀ ସୁଶ୍ରୀ ରୋଜି ଉକ୍ତ ମହିଳାଙ୍କ ପାଖକୁ ଧାଇଁ ଯାଇଥିଲେ । ଏବଂ ସେଠାରୁ ତାଙ୍କୁ ଟାଣି ଟାଣି ରେଲୱେ ଟ୍ରାକ ବାହାରକୁ ନେଇ ଆସିଥିଲେ । ଏହା ପରି ସେ ଉକ୍ତ ମହିଳାଙ୍କୁ ବହୁ ସମୟ ଧରି ବୁଝାସୁଝା କରିବା ପରେ ତାଙ୍କ ପରିବାର ଜିମା ଦିଆଯାଇଥିଲା । ତେବେ ଉକ୍ତ ମହିଳାଙ୍କ ଘର ସ୍ଥାନୀୟ ମଙ୍ଗଳାବାଗ ଅଞ୍ଚଳରେ ବୋଲି ଜଣାପଡିଛି । ସେ ପାରିବାରିକ କଳହ ଯୋଗୁଁ ତାଙ୍କ ଛୋଟ ଶିଶୁ ଟିକୁ ନେଇ ଆତ୍ମହତ୍ୟା କରିବାକୁ ଆସିଥିବା ସ୍ୱୀକାର କରିଥିଲେ । ତେବେ ଆରପିଏଫ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଉକ୍ତ ମହିଳାଙ୍କ ସମେତ ଶିଶୁଟିର ଜୀବନ ରକ୍ଷା ହୋଇ ଯାଇଥିବା କୁହାଯାଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ