ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ଆରପାରିରେ ତ୍ରିଲୋଚନ: ସିଏମସି କାର୍ଯ୍ୟାଳୟରୁ ବାସଭବନକୁ ଗଲା ପାର୍ଥିବ ଶରୀର
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟର ପ୍ରଖ୍ୟାତ ଜନନେତା ଜଗତସିଂହପୁରର ପୂର୍ବତନ ସାଂସଦ, ବିଧାୟକ ତଥା ପୂର୍ବତନ ସିଏମସି ନଗରପାଳ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରୁ ପ୍ରଥମେ କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ମହଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସିଏମସି ପକ୍ଷରୁ ମେୟର ସୁବାଷ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, କମିଶନର ନିଖିଲ ପୱନ କଲ୍ୟାଣ, ପୂର୍ବତନ ମେୟର ଅନିତା ବେହେରା, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ମେୟର ସିଏମସି କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଥିଲେ । ପରେ ପରେ ମରଶରୀରକୁ ତାଙ୍କ ଶେଖ ବଜାରସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସମେତ ବହୁ ବୁଦ୍ଧିଜୀବୀ, ମୁରବୀ ସେଠାରେ ପହଞ୍ôଚ ଶେଷଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଅନ୍ତେଷ୍ଟି ପାଇଁ ଅଡଶପୁରସ୍ଥିତ ତାଙ୍କ ପୈତୃକ ବାସ ଭବନକୁ ନିଆଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ହେବା ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କଟକ ମୁନିସପାଲଟିରେ ସେ ନଗରପାଳ ଥିବା ସମୟରେ ସହର ସଫେଇ ଓ ମଶା ନିପାତ କ୍ଷେତ୍ରରେ ନେଇଥିବା ପଦକ୍ଷେପ ସଫଳ ହୋଇଥିଲା । ତେବେ ତାଙ୍କ କାର୍ଯ୍ୟପ୍ରଣାଳୀ ଆଜିବି ସମସ୍ତଙ୍କ ମନରେ ରହିଛି ବୋଲି ମତବ୍ୟକ୍ତ ପ୍ରକାଶ ପାଇଥିଲା । ତେବେ ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଅଡଶପୁରସ୍ଥିତ ୟୁଏନ୍ କଲେଜର ପରିଚାଳନା ସମିତିର ସେ ଅଧ୍ୟକ୍ଷ ଭୂମିକା ନିର୍ବାହ କରୁଥିଲେ । ସେ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ତେବେ ତାଙ୍କ ପରଲୋକରେ କଟକର ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି । ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆବାହକ ଚିତ୍ତରଞ୍ଜନ ମହାନ୍ତି, ସଂଗ୍ରାମୀ ଫୋରମର ଆବାହକ ପ୍ରଶାନ୍ତ ଦାସ,ଏସ୍‌ୟୁସିଆଇ (ସି) ପକ୍ଷରୁ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ ଓ ଖଗେଶ୍ୱର ସେଠୀ, ବିଶିଷ୍ଟ ନାରୀନେତ୍ରୀ ବିଣାପାଣି ଦାସ, ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ, କଟକ ମହାନଗର ନାଗରିକ ମହାସଭା ସଭାପତି ଡାକ୍ତର ରବିରଞ୍ଜନ ସାହୁ ପ୍ରମୁଖ ମାଲ୍ୟାର୍ପଣ କରିବା ସହ ଶୋକବ୍ୟକ୍ତ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ