ଆରଡିସିଙ୍କ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପରିଦର୍ଶନ

ଆରଡିସିଙ୍କ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପରିଦର୍ଶନ

କଟକ(ଏନ୍.ଏମ୍.): ତାଳଦଣ୍ଡା କେନାଲ ରାସ୍ତା କାମକୁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ପରିଦର୍ଶନ କରିଛନ୍ତି । କଟକ ବଡ଼ମେଡ଼ିକାଲ ସମ୍ପ୍ରସାରଣ ପରିପ୍ରେକ୍ଷୀରେ ତାଳଦଣ୍ଡା ବର୍ଦ୍ଧିତ ରାସ୍ତା କାମକୁ ଆରଡିସି ଅନିଲ କୁମାର ସାମଲ ଅନୁଧ୍ୟାନ କରିବା ସହ ନିର୍ଦ୍ଦାରିତ ସମୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ତାଳଦଣ୍ଡା ରାସ୍ତାର ବାମପାଶ୍ୱର୍ରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଉ ୪ଶହ ପରିବାରକୁ ଆସନ୍ତା ୨ସପ୍ତାହ ମଧ୍ୟରେ ସ୍ଥାନାନ୍ତର କରାଯିବ । ସରକାରୀ ଜମିରେ ଥିବା ସମସ୍ତ ଦୋକାନକୁ ଭଙ୍ଗାଯିବା ସହ ବେସରକାରୀ ଜମି ଅଧିଗ୍ରହଣ କାର୍ଯ୍ୟ ଆସନ୍ତା ୧ ସପ୍ତାହ ମଧ୍ୟରେ ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି । ରାସ୍ତା ବର୍ଦ୍ଧିତ କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼ିଲେ ରେଳୱେ ଜମି ଅଧିଗ୍ରହଣ କରିବାକୁ ଆରଡିସି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ୧୫ଦିନ ମଧ୍ୟରେ ବର୍ଦ୍ଧିତ ରାସ୍ତାରେ ଥିବା ବିଦୁ୍ୟତ ଟ୍ରାନ୍ସଫରମର ସ୍ଥାନାନ୍ତର କରିବା ସହ ତୁରନ୍ତ ବିଦୁ୍ୟତ ଖୁଣ୍ଟ ଉଠାଇବାକୁ ଆରଡିସି ଶ୍ରୀ ସାମଲ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥି ସହିତ ଅଧିକୃତ ଜମିରେ ଥିବା ପାନୀୟ ଜଳ ପାଇପକୁ ଉଠାଇବା ପାଇଁ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କହାଯାଇଛି । ସିଏମସି ତୁରନ୍ତ ସମସ୍ତ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି । ପୁନଶ୍ଚ ପୂର୍ତ୍ତ ବିଭାଗ ସୁପରିଣ୍ଟେଣ୍ଡଣ୍ଟ ଇଞ୍ଜିନିୟର ଡାହାଣ ପାଶ୍ୱର୍ ବନ୍ଧ ରାସ୍ତାର ନିର୍ମାଣ କାର୍ଯ୍ୟ ଜୁନ ଶେଷ ସୁଦ୍ଧା ସାରିବା ଓ ବନ୍ଧର ବାମ ପାଶ୍ୱର୍ ରାସ୍ତା ନିର୍ମାଣ ପାଇଁ ସମନ୍ତ ଅନୁମୋଦନ ଜୁନ ପ୍ରଥମ ସପ୍ତାହ ସୁଦ୍ଧା ଆଣିବାକୁ ଆରଡିସି ନିଦେ୍ର୍ଦଶ ଦେଇଥିଲେ । ବର୍ଦ୍ଧିତ ତାଳଦଣ୍ଡା ରାସ୍ତା ନିର୍ମାଣର ସମସ୍ତ କାର୍ଯ୍ୟ ଜୁଲାଇ ମାସ ସୁଦ୍ଧା ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ