ଆମ୍ବେଦକର ସ୍ମୃତିପରିଷଦ ପକ୍ଷରୁ ଜଳଛତ୍ର କେନ୍ଦ୍ର
କଟକ(ଏନ୍.ଏମ୍.): ସ୍ୱେଚ୍ଛାସେବୀ ଅନୁଷ୍ଠାନ କଟକ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ନୂଆପଡ଼ା ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏଥି ସହିତ ପରିଷଦ ପକ୍ଷରୁ କଟକ-ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ବାଲିକୁଦାଛକ ନିକଟରେ ଉଦ୍ଘାଟିତ ଏହି ଜଳଛତ୍ର କେନ୍ଦ୍ର ଉଦ୍ଘାଟନ ହୋଇଥିଲା । ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରଭାବରୁ ତୃଷ୍ଣା ମେଣ୍ଟାଇବା ଉଦ୍ଦେଶ୍ୟରେ ଏହି ଜଳଛତ୍ର ଖୋଲା ଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ସ୍ଥାନୀୟ ହାଇକୋର୍ଟ ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରିଷଦ ସଭାପତି ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ୍ବେଦକରଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏଥି ସହିତ ନୂଆପଡ଼ାସ୍ଥିତ କାର୍ଯ୍ୟାଳୟରେ ଶ୍ରୀ ସେଠୀଙ୍କ ପୌରହିତ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ନୂଆପଡ଼ା ମୁଖ୍ୟରାସ୍ତାରେ ମଧ୍ୟ ଆଉ ଏକ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ଏହି ଜଳଛତ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ସନ୍ତୋଷ ସାମନ୍ତରାୟ, ଅସିତ ପଶାୟତ, ସମ୍ପାଦକ ଚୈତନ୍ୟ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମର ସାମଲ, ଆଇନଜୀବୀ ବିଷ୍ଣୁପ୍ରସାଦ ମଲ୍ଲିକ, ଅକ୍ଷୟ ସାମଲ, ବାସୁଦେବ ସାମଲ, ସୁକାନ୍ତ ସାମଲ, ନାଲୁ ସାମଲ, ଅର୍ଜୁନ ସାମଲ, ନେପାଳ ସାମଲ, କୁନିଆ ସାମଲ, ନିଲୁଆ ସାମଲଙ୍କ ସମେତ ବହୁ ବୁଦ୍ଧିଜୀବୀ, ସମାଜସେବୀ ଉପସ୍ଥିତ ଥିଲେ । ତେବେ ପରିଷଦର ଏଭଳି ଜନହିତକର କାର୍ଯ୍ରକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।