ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଆତ୍ମାହୁତି ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଲେ ସମାଜସେବୀ ଗୌରହରି ମହାନ୍ତି

ଫଟୋ/ରିପୋର୍ଟ- ମହେଶ୍ୱର ବେହେରା



ଆଠଗଡ଼(ଏନ୍‌.ଏମ୍‌.): ୫୫ ନମ୍ବର ଜାତୀୟ ରାଜପଥକୁ ଲାଗି ଖୁଣ୍ଟୁଣୀ ସରକାରୀ ଡାକ୍ତରଖାନାଟି ଦୀର୍ଘଦିନ ଧରି ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ଅସୁଛି । ଏଠାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି । ଏହି ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କରିବାର ଆବଶ୍ୟକ ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଅନଶନ ଧର୍ମଘଟ ଓ ରାସ୍ତାରୋକ କରି ଆସୁଛନ୍ତି । ହେଲେ କେବଳ ପ୍ରତିଶ୍ରୁତି ବ୍ୟତୀତ କେହିବି ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । ୨୦୧୩ରେ ସାମାଜିକ କର୍ମୀ ଗୌରହରି ମହାନ୍ତି ଓ ସ୍ୱାସ୍ଥ୍ୟ ସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜନସ୍ୱାର୍ଥ ମାମଲା ୧୪୬୦/୨୦୧୩ ଉଚ୍ଚ ନ୍ୟାୟାଳୟରେ କରିଥିଲେ । ଏହା ରାଷ୍ଟ୍ରିୟଲୋକ ଅଦାଲତରେ ବିଚାର ହୋଇ ୨୦୧୭ ଡିସେମ୍ବର ୯ତାରିଖରେ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଅଦାଲତର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ସ୍ୱାସ୍ଥ୍ୟ ବିଭାଗର ଟାଳଟୁଳ ନୀତି କରୁଛନ୍ତି । ନିର୍ଦ୍ଦେଶକୁ ଦୀର୍ଘଦିନ ହୋଇଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉ ନଥିବାରୁ ସାମାଜିକ କର୍ମୀ ତଥା ଖୁଣ୍ଟୁଣୀ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟିର କନଭେନର ଗୌରହରି ମହାନ୍ତି ଅସନ୍ତୋଷ ବ୍ୟକ୍ତ କରି ରଜ ସଂକ୍ରାନ୍ତିରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି କରିଛନ୍ତି । ଏଥିପାଇଁ ସେ ଏପ୍ରିଲ ୩୦ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲୀଧରଙ୍କ ନିକଟକୁ ଏକ ଆବେଦନ କରି ଅନୁମତି ମାଗିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ