ଆଠଗଡ଼ରେ ସାଇବର ସଚେତନତା ଶିବିର

ଆଠଗଡ଼ରେ ସାଇବର ସଚେତନତା ଶିବିର

ଆଠଗଡ଼ରେ ସାଇବର ସଚେତନତା ଶିବିର

News By Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଓଡିଶା ପୁଲିସ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସାଇବର କ୍ରାଇମ ଉପରେ ସଚେତନତା କରିବାକୁ ଆରମ୍ଭ ହୋଇଥିବା ସାଇବର ରଥ ଆଠଗଡ ଥାନା ଅଞ୍ଚଳରେ ପହଞ୍ଚିଛି । ଏହି ଉପଲକ୍ଷେ କଟକ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏକ ମିନି ମାରାଥନ ରେସ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନ ରେସରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଆଠଗଡ଼ ରଥଗଡା ଛକ ଠାରୁ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସଚେତନତା ଶିବିରରେ ମୁଖ୍ୟଅତିଥି ଭାବେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସମ୍ପ୍ରତି ଯେଉଁଭଳି ଭାବେ ସାଇବର ଅପରାଧିମାନେ ବିଭିନ୍ନ ଉପାୟରେ ଲୁଟପାଟ କରୁଛନ୍ତି ସେଥିରୁ କିଭଳି ବର୍ତ୍ତି ହେବ ସେ ନେଇ ଆଲୋକପାତ କରିଥିଲେ । କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଯୋଗଦେଇ ଫେସବୁକ, ଇନଷ୍ଟାଗ୍ରାମ, ଆଦିରେ ଆସୁଥିବା ବ୍ୟାଙ୍କ ଓଟିପି ସେୟାର ନକରିବା, ଲଟେରୀ ମାଧ୍ୟମରେ ଟଙ୍କା ଲୋଭ ଦେଖାଇ ମିଥ୍ୟା ପ୍ରଲୋଭନକୁ ସେୟାର ନକରିବା, ଅଜଣା ନମ୍ବରରୁ ଆସୁଥିବା ଆକର୍ଷଣୀୟ ଉପହାର ଯୋଜନା ପ୍ରତ୍ୟାଖ୍ୟାନ କରିବା ଆଦି ବିଷୟରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ ।

ADVERTISEMENT
Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ