ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ

ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ

ଆଠଗଡରେ ପ୍ରସିଦ୍ଧ ପଞ୍ଚୁ ଦୋଳ ଉତ୍ସବ: ଗୋପାଳଙ୍କ ଲଉଡ଼ି ଖେଳରେ ଝୁମିଲେ ଦର୍ଶକ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ପଞ୍ଚୁଦୋଳ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଠଗଡରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଠାରୁ ପଞ୍ଚମ ଦିବସରେ ପଞ୍ଚୁ ଦୋଳ ପାଳିତ ହୋଇଥାଏ । ପରଦିନ ଉତ୍ସବର ସମାପନ ସହ ରଙ୍ଗର ପର୍ବ ହୋଲି ଖେଳ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଆଠଗଡ ଦେବୋତ୍ତର ବିଭାଗ ପକ୍ଷରୁ ଗତକାଲି ଠାରୁ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆଜି ସମ୍ପନ୍ନ ହୋଇଥିଲା । ଅଞ୍ଚଳର ୫୧ଗୋଟି ବିମାନରେ ଶ୍ରୀଜୀଉଙ୍କୁ ନଗର ପରିକ୍ରମା କରାଯାଇ ସ୍ଥାନୀୟ ରାଧା ଗୋବିନ୍ଦ ଜୀଉଙ୍କ ମନ୍ଦିର ଠାରେ ଏକତ୍ରିତ ହୋଇଥିଲା । ତେବେ ଏହି ବିମାନଗୁଡ଼ିକୁ ବର୍ଣ୍ଣାଢ୍ୟ ପରିବେଶରେ ରୋଷଣୀ କରି ଶୋଭାଯାତ୍ରାରେ ନିଆଯାଇଥିଲା । ବିଶେଷ କରି ବାଜା ବାଣ ସହିତ ଗୋପାଳ ଓଗାଳ ଏବଂ ଲଉଡି ଖେଳ ବେଶ ଆକର୍ଷଣୀୟ ଥିଲା । ବିମାନଗୁଡ଼ିକ ଶୋଭାଯାତ୍ରାରେ ଆସି ଦୂର୍ଗା ବଜାର ଠାରେ ଦୋଳ ମଣ୍ଡପରେ ଚାର ମାହଲରେ ବିଶ୍ରାମ ନେଇଥିଲେ । ସେଠାରେ ଜୀଉ ମାନଙ୍କୁ ଚାଚେରୀ ଭୋଗ ଲାଗୁ କରା ଯାଇଥିଲା । ବିଗତ ଦୁଇବର୍ଷ ହେଲା କୋଭିଡ କଟକଣାରେ ଉକ୍ତ ଯାତ୍ରା ପାଳିତ ହୋଇଥିଲା । ତେବେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ହଜାର ହଜାର ଦର୍ଶକ ଯାତ୍ରାକୁ ଉପଭୋଗ କରିଥିଲେ । ଆଜି ସକାଳୁ ବିମାନ ଗୁଡ଼ିକ ଶୋଭାଯାତ୍ରାରେ ଆସି ଯଜ୍ଞ ନାରାୟଣ ମନ୍ଦିର ଠାରେ ପହଞ୍ଚିବା ପରେ ଆଠଗଡ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ ଜୀଉମାନଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସମସ୍ତ ପୂଜକ ଓ ବିମାନ ବାହକ ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମ୍ଭର୍ଦ୍ଧିତ କରିଥିଲେ । ଏହି ସମ୍ଭର୍ଦ୍ଧନା ସଭାରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ, ବିଜେପି ନେତା ବ୍ରଜେନ୍ଦ୍ର ରାୟ, ପ୍ରବଚକ ମାନସ ପଣ୍ଡା, ରାମନାରାୟଣ ମହାନ୍ତି ଓ ଜଗଦାନନ୍ଦ ତ୍ରିପାଠୀ ସେମାନଙ୍କ ବକ୍ତବ୍ୟରେ ଯାତ୍ରାକୁ ସଫଳ କରିଥିବାରୁ ପୂଜକ ଓ ଗୋପାଳ ମାନଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ବିଜେପି ନେତା ଶ୍ରୀ ରାୟ ପ୍ରତ୍ୟେକ ବିମାନକୁ ୧ଶତ ଟଙ୍କା ଲେଖାଏ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ବିମାନ ଗୁଡ଼ିକୁ ବିଦାୟ ଦିଆଯାଇଥିଲା । ବିମାନ ଗୁଡ଼ିକ ବିଦାୟ ହେବା ପରେ ସହରରେ ହୋଲି ଖେଳ ଆରମ୍ଭ ହୋଇଥିଲା । ରାସାୟନିକ ରଙ୍ଗ ବ୍ୟବହାର ନକରିବା, ପରୀକ୍ଷାର୍ଥୀ, ସରକାରୀ କର୍ମଚାରୀ, ଡାକ୍ତରଖାନାକୁ ଯାଉଥିବା ରୋଗୀ, ବିମାନ ବାହକ ଓ ପୂଜକମାନଙ୍କ ଉପରକୁ ରଙ୍ଗ ନପକାଇବା ପାଇଁ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଜନ ସାଧାରଣଙ୍କୁ ସତର୍କ କରାଯାଇଥିଲା । ଉପଜିଲ୍ଲପାଳଙ୍କ ସରକାରୀ ବାସଭବନରେ ଉପ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଅଧିକାରୀ ମାନଙ୍କ ସହ ହୋଲି ଖେଳିବା ସହ ମିଷ୍ଟାନ୍ନରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ