ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

ଆଇପିଏଲ୍‌: ଚେନ୍ନାଇର ଚତୁର୍ଥ ବିଜୟ

News by Allhad Kumar Mohanty (Bureau News)

#ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି । ଧୋନି ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୩୪ରନ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୩୪ରନ କରିଥିବାବେଳେ ରାହୁଲ ତ୍ରିପାଠୀ ୨୧, ହ୍ୟାରି ବ୍ରୁକ ୧୮, ହେନରିଚ କ୍ଲାସେନ ୧୭ରନ କରିଥିଲେ । ଅନ୍ୟପକ୍ଷରେ ଚେନ୍ନାଇ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ୪ ଓଭର ବୋଲିଂ କରି ୨୨ରନ ବିନିମୟରେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।
୧୩୫ ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ଚେନ୍ନାଇ ପକ୍ଷରୁ ଦୁଇ ଓପନର ଋତୁରାଜ ଗାଏକ୍ୱାଡ଼ ଓ ଡେଭନ କନୱେ ପ୍ରାରମ୍ଭରୁ ବଡ଼ ସଟ୍ ଖେଳିବା ଆରମ୍ଭ କରିଥିଲେ । ଦୁଇ ବ୍ୟାଟର ପ୍ରଥମ ୱିକେଟ ପାଇଁ ୧୧ ଓଭରୁ ୮୭ରନ କରି ଦଳ ବିଜୟ ପଥ ସୁଗମ କରି ଦେଇଥିଲେ । ଏହି ସମୟରେ ଋତୁରାଜ(୩୫) ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ । ତେବେ କନୱେ ଗୋଟିଏ ପଟେ ତିଷ୍ଠି ରହିଥିଲେ । ହାଇଦ୍ରାବାଦ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଚେନ୍ନାଇର ବିଜୟ ବିଳମ୍ବ ହୋଇଥିଲା । କନୱେ ଟୁର୍ଣ୍ଣାମେଣ୍ଟରେ ଲଗାତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୭ଟି ବଲର ସମ୍ମୁଖୀନ ହୋଇ ୧୨ଟି ଚୌକା ଓ ଗୋଟିଏ ଛକା ସହୟତାରେ ୭୭ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ତେବେ ଚମକ୍ରାର ବୋଲିଂ ପାଇଁ ରବିନ୍ଦ୍ର ଜାଡ଼େଜାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଏହି ମ୍ୟାଚରୁ ୨ ପଏଣ୍ଟ ହାସଲ କରି ଚେନ୍ନାଇ ୮ ପଏଣ୍ଟ ସହ ତୃତୀୟ ସ୍ଥାରେ ଅପରବର୍ତ୍ତୀତ ରହିଛି । ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପରିଜ୍ୟାଣ୍ଟସ ମଧ୍ୟ ୮ ପଏଣ୍ଟ ଲେଖାଏଁ ହାସଲ କରି ରନ୍ ରେଟରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ