ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

News by Maheswar Behera (Athagarh)

#ବାଙ୍କୀ(ଏନ୍‌.ଏମ୍‌.): ରାଜ୍ୟରେ ଅପପୃଷ୍ଟି ଦୂର କରିବା ନିମନ୍ତେ ସରକାର ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ କୋମଳମତି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରିଛନ୍ତି । ମାତ୍ର କିଛି କର୍ମଚାରୀଙ୍କ ଯୋଗୁଁ ପୁଷ୍ଟିକର ଖାଦ୍ୟ ବଦଳରେ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଖାଦ୍ୟ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେବେ କଟକ ଜିଲ୍ଲା ବାଙ୍କୀ ଗୋପାଳପୁର ପଞ୍ଚାୟତର ରଘୁନାଥପୁର ଅଙ୍ଗନବାଡି କେନ୍ଦ୍ରରେ ପିଲାମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରେ ପୋକ ସାଲୁବାଲୁ ବାହାରିଥିବା ଅଭିଯୋଗ ହେବା ସହ ଅଭିଭାବକମାନେ ଉପଜିଲ୍ଲାପାଳଙ୍କୁ ମଧ୍ୟାହ୍ନ ଭୋଜନ ଦେଖାଇ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ଆଜି ପିଲାମାନଙ୍କୁ ଅଣ୍ଡା ତରକାରୀ ଦେବାର ନିୟମ ଥିବାବେଳେ ଅଙ୍ଗନବାଡ଼ି କର୍ମୀ ଓ ପାଚିକା ପିଲାମାନଙ୍କୁ ସୋୟାବିନ ତରକାରୀ ଦେଇଥିଲେ । ତେବେ ଏହି ସୋୟାବିନରେ ପୋକ ହୋଇଯାଇଥିବାବେଳେ ଏହାକୁ ରାନ୍ଧି ପିଲାମାନଙ୍କୁ ଦିଆଯାଇଥିଲା । ତେବେ ଏ ନେଇ ଅଭିଭାବକମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ପଚାରିବାରେ ସେ ଚିହିଁକି ଉଠିବା ସହ ନିଜର ଦବଙ୍ଗଗିରି ଦେଖାଇବାକୁ ପଛାଇନଥିଲେ । ତେଣୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ଥିବା ଆଶଙ୍କାରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତେବେ ଅଭିଭାବକଙ୍କ ଅଭିଯୋଗକୁ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଗ୍ରହଣ କରି ଏହା ଉପରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ