ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ

News by Smruti ranjan Tripathy (Cuttack)

#ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ମହାମହିମ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ଜୁଲାଇ ୨୬ (ବୁଧବାର ଦିନ) କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ୱ ବିଭାଗ କମିଶନର ଘୋଷଣା କରିଛନ୍ତି । କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ, ଆରଡିସି (କେନ୍ଦ୍ରୀୟ ଡିଭିଜନ୍‌), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍‌-ରେଜିଷ୍ଟ୍ରାର, ପିଡି ଡିଆରଡିଏ, ପରିବହନ କାର୍ଯ୍ୟାଳୟ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିଶନରଙ୍କ କାର୍ଯ୍ୟାଳୟ, ଜିଲ୍ଲା ଟ୍ରେଜେରୀ, ଆଡ୍‌ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, କଲେକ୍‌ଟୋରେଟ୍ କମ୍ପାଉଣ୍ଡସ୍ଥିତ ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟ ଓ ୟୁକୋ ବ୍ୟାଙ୍କ, ବାର କାଉନ୍‌ସିଲ୍ ନିକଟସ୍ଥ କର୍ପୋରେସନ୍ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ୍‌ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ, ଚାନ୍ଦନୀଚୌକସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍‌, କଲେକ୍‌ଟୋରେଟ୍ ସମ୍ମୁଖସ୍ଥ ପୋଷ୍ଟ ଅଫିସ୍‌, ହାଇକୋର୍ଟ କ୍ୟାମ୍ପସ୍‌ସ୍ଥିତ ପୋଷ୍ଟ ଅଫିସ ଏବଂ ହାଇକୋର୍ଟ ନିକଟସ୍ଥ ଏଲ୍‌ଆଇସି ଅଫିସ୍ ଜୁଲାଇ ୨୬ ତାରିଖ ଦିନ ମାନ୍ୟବର ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବନ୍ଦ ରହିବ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ