ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ

ବିଶିଷ୍ଟ ଶ୍ରମିକ ନେତା ବନମାଳି ଦାସଙ୍କ ଶ୍ରାଦ୍ଧୋତ୍ସବ


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.) : ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବନମାଳି ଦାସଙ୍କର ଶ୍ରାଦ୍ଧୋତ୍ସବ କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିଜକୁ ଶ୍ରମିକମାନଙ୍କ ହିତପାଇଁ ନିଜର ଉତ୍ସର୍ଗୀକୃତ ସେବା ଯୋଗାଇ ଆସିଥିଲେ । ଚୌଦ୍ୱାର ଅଞ୍ଚଳରେ ଓଟିଏମ୍ କଲୋନୀ ସ୍ଥିତ ଗୋପବନ୍ଧୁ ହାଇସ୍କୁଲର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ଶେଷ ପର୍ଯ୍ୟନ୍ତ ସେ ଜଣେ ସଂଗ୍ରାମୀ ଭାବେ କାର୍ଯ୍ୟ କରିଥିଲେ । ସ୍ୱର୍ଗତ ଦାସଙ୍କର ତୃତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ତାଙ୍କ ପତ୍ନୀ ସତ୍ୟବତୀ ଦାସ, ଝିଅ ସବିତା ଦାସ, ସୁଜାତା ଦାସ, ସୁନିତା ଦାସ, ସରିତା ଦାସ ଓ ପୁତ୍ର ସତ୍ୟଜିତ୍ ଦାସଙ୍କ ସହ ଚୌଦ୍ୱାର ସାହିତ୍ୟ ସଂସଦ ପକ୍ଷରୁ ମାନସ ସାମଲ, ସ୍ତମ୍ଭକାର ଦିବ୍ୟଜ୍ୟୋତି ପାଣି, ବିଶ୍ୱକଲ୍ୟାଣ ଦାସ, ଆଇନ୍‌ଜୀବୀ ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ରମେଶ ଭୂୟାଁ, ଆମ୍ବିସନ୍ କ୍ଲବ୍‌ର ସଭାପତି ଅମିତ୍ କୁମାର ବେଉରା, ରାଧାମୋହନ ନାଟ୍ୟପରିଷଦର ସଭ୍ୟ ସନ୍ତୋଷ ସେନାପତି, ଦିବ୍ୟରଞ୍ଜନ ମଲ୍ଲଙ୍କ ସମେତ ବହୁ ଶିକ୍ଷାବିତ୍‌, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀମାନେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିବା ସହ ବନମାଳି ଦାସ ଅମର ରହେ ବୋଲି ସ୍ଲୋଗାନ୍ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *