ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା

ଦ’ ବିଆଇପିଏଫ ସ୍କୁଲରେ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ମେଳା

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାରସ୍ଥିତ ଦ’ ବିଆଇପିଏଫ ସ୍କୁଲ ଆନୁକୂଲ୍ୟରେ ଗଣିତ ଓ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ସହ ଗଣିତ ଚାତୁରୀ ପ୍ରଦର୍ଶିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ଭୂୟାଁ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ନମଶ୍ରୀ ପତି ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଏହିଭଳି ଜିଜ୍ଞାସା ମନୋବୃତ୍ତି ରଖି ଭବିଷ୍ୟତରେ ଜଣେ ଜଣେ ଭଲ ଗଣିତଜ୍ଞ ତଥା ବୈଜ୍ଞାନିକ ହେବା ପାଇଁ ପ୍ରେରଣା ଦେବା ସହ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନେ ଗଣିତ ଓ ବିଜ୍ଞାନର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରି ନିଜ ବୁଦ୍ଧିମତାର ପରିଚୟ ଦେଇଥିଲେ । ଏହି ପ୍ରକଳ୍ପ କରିବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାର୍ଗଦର୍ଶକ ଥିଲେ । ବିଶେଷ କରି ଗଣିତ ଓ ବିଜ୍ଞାନ ବିଷୟ ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ସୃଷ୍ଟି ନିମନ୍ତେ ଏହି ପ୍ରକଳ୍ପକୁ ଅନୁଷ୍ଠିତ କରାଯାଇଥିଲା । ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ପ୍ରକ୍ରିୟା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ମନରେ ଅନୁସନ୍ଧାନର ଇଚ୍ଛା ସୃଷ୍ଟି କରିବା ପାଇଁ ଏହି ଭଳି ମେଳା ପ୍ରେରଣା ସଞ୍ଚାର କରିପାରିବ ବୋଲି ଅଭିଭାବକମାନେ ମତଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି