ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା

ଜିଲ୍ଲା ଅବକାରୀ ସିପାହୀ ସଂଘର ନୂତନ କର୍ମକର୍ତ୍ତା ଘୋଷଣା


କଟକ (ଏନ୍‌.ଏମ୍‌.) : କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ଅବକାରୀ ସିପାହୀ ସଂଘ (କଟକ, କେନ୍ଦ୍ରାପଡ଼ା ଓ ଯାଜପୁର)ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟନିର୍ବାହୀ ପରିଷଦର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ଅବକାରୀ ବିଭାଗର ସିପହୀମାନେ ଯୋଗ ଦେଇଥିଲେ। ସଭାପତି ଭାବେ କଟକର ଆଶିଷ କୁମାର ପ୍ରଧାନ, ଉପସଭାପତି ଯାଜପୁରର ଶିଶିର ପ୍ରଧାନ, ସମ୍ପାଦକ କଟକର ରମାକାନ୍ତ ରାଉତ, ଯୁଗ୍ମ ସମ୍ପାଦକ କେନ୍ଦ୍ରାପଡ଼ାର ପ୍ରଶାନ୍ତ କୁମାର ଗଡ଼େଇ ଏବଂ କୋଷାଧ୍ୟକ୍ଷ ଭାବେ କଟକର ରଞ୍ଜିତ ମହାନ୍ତି ନିର୍ବାଚିତ ହୋଇଛନ୍ତି। କଟକ ଅବକାରୀ ଅଧୀକ୍ଷକଙ୍କ ଦ୍ୱାରା ନିୟୋଜିତ ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଅବକାରୀ ନିରୀକ୍ଷକ ଭକ୍ତବତ୍ସଳ ବର୍ମା ପୋଲିଂ ଅଧୁକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ନବନିର୍ବାଚିତ କର୍ମକର୍ତାମାନଙ୍କୁ ସଂଘର ସମ୍ବିଧାନ ପ୍ରତି ବିଶ୍ୱାସ, ଦାୟିତ୍ୱବୋଧ ଓ ଗୋପନୀୟତା ରକ୍ଷା ସମ୍ପର୍କିତ ଶପଥ ପାଠ କରାଇଥିଲେ।

NEW News ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି