ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ

ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ

ଘରକୁ ଫେରିବା ବେଳେ ସେ ହୋଇଗଲେ ଅଫେରା ପଥର ପଥିକ, ବଜ୍ରାଘାତରେ ଯୁବକ ମୃତ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ପଶ୍ଚିମା ଝଡ଼ ଅନୁଭୂତ ହେଉଥିବାବେଳେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେଉଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପୂର୍ବାନୁମାନ କରାଯାଉଥିଲା । ହେଲେ କିଏ ଜାଣିଥିଲା ଏହି ଝଡ଼ ଜଣେ ଯୁବକଙ୍କ ଜୀବନ ନେଇଯିବ । ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅରୁଣ୍ଡୁଆ ପଞ୍ଚାୟତରେ । ଘରକୁ ଫେରିବା ବେଳେ ବଜ୍ରପାତ ଯୋଗୁଁ ସେ ଅଫେରା ପଥର ପଥିକ ହୋଇଗଲେ । ଉକ୍ତ ଯୁବକ ଜଣକ ସ୍ଥାନୀୟ ହାଟପଡ଼ା ଗ୍ରାମର ମହେଶ୍ୱର ଜେନା(୩୫)ବୋଲି ଜଣାପଡ଼ିଛି । ସେ ଜଣେ ଶ୍ରମିକ ଭାବେ କାମ କରି ପରିବାର ପୋଷି ଥାନ୍ତି । ସେ ଆଜି ଅପରାହ୍ନରେ କାମ ସାରି ଘରକୁ ଫେରୁଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ