ନୂତନ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ବିଧାୟିକା ସୋଫିଆ
ନୂତନ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ବିଧାୟିକା ସୋଫିଆ #Cuttack #କଟକ(ଏନ୍.ଏମ୍.): ସ୍ଥାନୀୟ ଚହଟା ଲେନ–୩ ସ୍ଥିତ ଗ୍ରାମଦେବୀ ମନ୍ଦିର ନିକଟରେ ସର୍ବସାଧାରଣଙ୍କ ପାଇଁ ଏକ ଥଣ୍ଡା ଓ ସ୍ୱଚ୍ଛ ପାନୀୟଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ ବିଧାୟିକା ସୋଫିଆ ଫିର୍ଦୋଷଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଗ୍ରୀଷ୍ମ ଦିନରେ ଥଣ୍ଡା ଓ ସୁରକ୍ଷିତ ପାନୀୟଜଳ ଯୋଗାଇବ।…
