ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ
ଉଚ୍ଚତର ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁ ଗଲେ ୮୮ ଶିକ୍ଷକ ଭୁବନେଶ୍ୱର (ଏନ୍.ଏମ୍.): ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାନ ଓ ଗଣିତ ବିଷୟରେ ଉଚ୍ଚତର ପ୍ରଶିକ୍ଷଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୮୮ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାଇଛନ୍ତି । ସେମାନେ ୨୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଅଧୀନସ୍ଥ ପ୍ରତିଭା ବିକାଶ କେନ୍ଦ୍ରରେ ପ୍ରଶିକ୍ଷିତ ହେବେ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଜ୍ଞାନ ଓ ଗଣିତ ଶିକ୍ଷକ…
