କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଇପିଏଫ ପେନସନଭୋଗୀଙ୍କ ଧାରଣା

କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ଇପିଏଫ ପେନସନଭୋଗୀଙ୍କ ଧାରଣା #ଭୁବନେଶ୍ୱର(ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ନିଷ୍ପତ୍ତି କ୍ରମେ ଓଡିଶାର ଇପିଏଫ ପେନସନଭୋଗୀ ବରିଷ୍ଠ ନାଗରିକମାନେ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଅବଶିଷ୍ଟ ୪ଟି ଜିଲ୍ଲାର ଇପିଏଫ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୧୦୯୫ ମସିହା ନମ୍ବେମ୍ବର ୧୬ତାରିଖର ଏହି ପେନସନ ଯୋଜନା ତତ୍କାଳୀନ କେନ୍ଦ୍ରସରକାର ଆରମ୍ଭ କରି ପେନସନଭୋଗୀଙ୍କୁ ଅନେକ ସୁନେଲି ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ପରବର୍ତ୍ତୀ…

Read More

ବାସୁଦେବପୁରରେ ଜାତୀୟ ପ୍ରେସ ଦିବସ ପାଳନ

ବାସୁଦେବପୁରରେ ଜାତୀୟ ପ୍ରେସ ଦିବସ ପାଳନ     #ଭଦ୍ରକ (ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବ ପୁର ସ୍ଥିତ ଆମ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ତହସିଲ ଡାକ ବଙ୍ଗଳାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇ ଯାଇଛି । ଏହି ଅବସରରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ବିଡିଓ ସଞ୍ଜୀବ ସାହୁ ଓ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଯୋଗ ଦେଇ ସାମ୍ବାଦିକମାନଙ୍କୁ ଉତ୍ସାହିତ କରିଥିଲେ । ସଭାପତି କିଶୋର…

Read More

ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ

ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ବିଶ୍ୱକପ୍ ଫାଇନାଲରେ ଭାରତ #ମୁମ୍ବାଇ(ଏଜେନ୍ସି) : ଆଇସିସି ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ପ୍ରବେଶ କରିଛି । ଅର୍ଥାତ୍ ବିଶ୍ୱ ଚାମ୍ପିଅନ ହେବାଠାରୁ ଆଉ ମାତ୍ର ଗୋଟିଏ ବିଜୟ ବାକି ରହିଛି । ଆଜି (ବୁଧବାର) ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଭାରତ ଦ୍ୱାରା ରଖାଯାଇଥିବା ୩୯୮ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୩୨୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ…

Read More

ସଞ୍ଜ ନଇଁଗଲା ପରେ କିଟିମିଟି ଅନ୍ଧାରରେ ମଧୁସୂଦନ ସେତୁ: ଆଲୋକୀକରଣ ବ୍ୟବସ୍ଥା କେବେ?

ସଞ୍ଜ ନଇଁଗଲା ପରେ କିଟିମିଟି ଅନ୍ଧାରରେ ମଧୁସୂଦନ ସେତୁ: ଆଲୋକୀକରଣ ବ୍ୟବସ୍ଥା କେବେ? #କଟକ, ଚୌଦ୍ୱାର (ଏନ୍‌.ଏମ): ରାଜ୍ୟରେ ଏବେ ଫଳକ ରାଜନୀତି ଚାଲିବା ଭଳି କାର୍ଯ୍ୟ ଚାଲିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ବହୁ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ ହେଉଥିଲେ ମଧ୍ୟ ଏହାର ସଫଳ ରୂପାୟନ ହେଉନଥିବା ଭଳି ଅଭିଯୋଗ ଉଠିଛି । ତେବେ ପ୍ରକଳ୍ପର ଅବଧି ସରିବାକୁ ଆଉ ମାତ୍ର ୨୦ଦିନ ରହିଥିବାବେଳେ ଏବେ କାମ ଆରମ୍ଭ…

Read More

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର #ଗଞ୍ଜାମ(ଏନ୍‌.ଏମ୍‌.): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡ଼ବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମର ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କାର ପ୍ରଦାନ କରାଯିବ । ସେ ଗଞ୍ଜାମ ଜିଲ୍ଲାର ବହୁତ୍ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । କହିବାକୁ ଗଲେ ସେ ଜଣେ ଆଧ୍ୟାତ୍ମିକ କବି । ସେ ଚତୁର୍ଥ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ…

Read More

ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼

ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼ #ନୂଆଦିଲ୍ଲୀ(ଏଜେନ୍ସି): ନୂଆଦିଲ୍ଳୀ ଠାରେ ପ୍ରସିଦ୍ଧ ସନ୍ତୁର ବାଦକ ସ୍ୱର୍ଗତ ପଦ୍ମଶ୍ରୀ ଭଜନ ସପୋରୀଙ୍କ ନାମରେ ସପୋରୀ ଏକାଡେମୀ ଅଫ ମ୍ୟୁଜିକ ଆଣ୍ଡ ପାରଫରମିଙ୍ଗ ଆର୍ଟ୍ସ ଆନୁକୂଲ୍ୟରେ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀସ୍ଥ କମାନୀ ଅଡ଼ିଟୋରିଅମରେ ଆୟୋଜିତ ଉକ୍ତ ଉତ୍ସବରେ “ପରିଚୟ ଫାଉଣ୍ଡେସନ’ର ପ୍ରତିଷ୍ଠାତା ସଭାପତି ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ମଧ୍ୟ ସା.ମା.ପା. ଆୱାର୍ଡରେ ସମ୍ମାନିତ କରାଯାଇଛି ।…

Read More

ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ

ସାଇ ସ୍ୱସ୍ତିକଙ୍କୁ ଟେନିସ୍ ନ୍ୟାସନାଲ ସିରିଜ ଟାଇଟଲ #କଟକ(ଏନ୍‌.ଏମ୍‌.): ବେଙ୍ଗଲ ଟେନିସ୍ ଆସୋସିଏସନ ଆନୁକୂଲ୍ୟରେ କୋଲକତାର ସଲ୍ଟଲେକ୍‌ରେ ଅନୁଷ୍ଠିତ ଏଆଇଟିଏ ୧୪ ବର୍ଷରୁ କମ୍ ନ୍ୟାସନାଲ ସିରିଜ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଓଡିଶାର ସାଇ ସ୍ୱସ୍ତିକ ମହାନ୍ତି ଏକକ ବର୍ଗରେ ଚମ୍ପିୟାନ ହୋଇଛନ୍ତି । ପ୍ରତିଯୋଗିତାରେ ତାଙ୍କର ପ୍ରତିଦ୍ୱନ୍ଦୀ ପଶ୍ଚିମବଙ୍ଗର ସଂକଳ୍ପ କୁମାର ସାହାଣୀଙ୍କୁ ୪-୬, ୬-୩, ୭-୬(୮-୬) ସେଟରେ ହରାଇ ସେ ଚମ୍ପିୟାନ ହୋଇଥିଲେ । ସାଇ ସ୍ୱସ୍ତିକ କଟକ ସିଟିଡିିଏରେ କୋଚ୍ ଲଳିତ ଦାଶଙ୍କ ତତ୍ୱାବଧାନରେ…

Read More

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ

ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଇପିଏଫ ପେନସନର୍ସ ସଂଘ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରୁ ଶତାଧିକ ପ୍ରତିନିଧି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମିର ସଭାଗୃହରେ ଏକାଠି ହୋଇଥିଲେ ।ଏହି କାର୍ଯ୍ୟକ୍ରମର ସମାପନ ପରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସୋସିଏସନର ରାଜ୍ୟ…

Read More

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ #ଭୁବନେଶ୍ୱର/ପୁରୀ (ଏନ୍‌.ଏମ୍‌.): ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ୪.୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ…

Read More

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି ନୂଆଦିଲ୍ଲୀ(ଏଜେନ୍ସି): ବିଚାର ବିଭାଗୀୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଣ୍ଟାଭିଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି । ତେଣୁ ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା “ମାଇଁ ଲର୍ଡ’ ଏବଂ “ଇଓର୍ ଲର୍ଡସିପ୍‌” ସମ୍ବୋଧନ । ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ…

Read More

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତି ଏଲ.କେ. ମହାପାତ୍ର ଯୋଗଦେଇ ନାଚଗୀତ ଦ୍ୱାରା ବେଳେବେଳେ ଭାରାକ୍ରାନ୍ତ ମନ ହାଲୁକା ହୋଇଯାଏ ବୋଲି ମତପ୍ରକାଶ କରିଥିଲେ । ତେବେ ସାତସାହି ନୃତ୍ୟୋତ୍ସବ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ତା’ର କର୍ମକର୍ତ୍ତାଙ୍କ ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଜାତୀୟସ୍ତରୀୟ ନୃତ୍ୟ, ସଂଗୀତ…

Read More

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ବିଜୟନଗରମ(ଏଜେନ୍ସି): ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନରେ ହୋଇଥିବା ଟ୍ରେନ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ଜଣ…

Read More