କଟକ ବାଲିସାହିରେ ସାଗୁନ ମକର ସାକରାତ
କଟକ ବାଲିସାହିରେ ସାଗୁନ ମକର ସାକରାତ କଟକ(ଏନ୍.ଏମ୍.): ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ସାନ୍ତାଳମାନଙ୍କ ମହାନ ପର୍ବ “ସାଗୁନ ମକର ସାକରାତ’ ପାରମ୍ପରିକ ଭାବେ କୋଭିଡ ନିୟମ ପାଳନ ପୂର୍ବକ ପାଳନ ହୋଇ ଯାଇଛି । ଏହି ଅବସରରେ ସକାଳୁ ସମସ୍ତ ଆଦିବାସୀ ପରିବାର ଘରେ ଘରେ ମାଂସ ପିଠା, ଲେଟ, ସଳେ ଇତ୍ୟାଦି ପାରମ୍ପରିକ ପିଠାପଣା ପ୍ରସ୍ତୁତ କରି ପୂଜା କରିଥିଲେ । ସେହିଭଳି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ “ଢାବୁଲ ତାମସା’ର ଆୟୋଜନ ହୋଇଥିଲା…
